ବିଧବା ବୋହୂର ଜୀବନ ସଜାଡ଼ିଲେ ଶ୍ୱଶୁର
ବୋହୂଙ୍କ ଉପରେ ଅତ୍ୟାଚାର । କେବେ ଯୌତୁକ ପାଇଁ ତ କେବେ ଆଉ କିଛି କାରଣ ପାଇଁ । କିନ୍ତୁ ମଧ୍ୟପ୍ରଦେଶ ଛିନ୍ଦୱାରା ଜିଲ୍ଲାର ପରାସିଆ ତହସିଲରେ ବସବାସ କରୁଥିବା ପରିବାରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। କାରଣ ଏହି ପରିବାରର ଲୋକ ଘରର ବିଧବା ବୋହୂଙ୍କ କନ୍ୟାଦାନ କରିଛନ୍ତି।
ଶଙ୍କରଗଢ଼ରେ ବସବାସ କରୁଥିବା ଦମ୍ପତି ମଙ୍ଗଲ ବାଭାରିଆ ଏବଂ ଆଶା ବାଭାରିଆଙ୍କ ପୁତ୍ର ଜୟ କିଶନ ବାଭାରିଆଙ୍କ ବିବାହ ରାକ୍ଷୀଙ୍କ ସହିତ ହୋଇଥିଲା। ବିବାହର ଏକବର୍ଷ ପରେ ଜୟକିଶନ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କମ ବୟସରେ ରାକ୍ଷୀ ସ୍ବାମୀଙ୍କୁ ହରାଇ ବିଧବା ହେବାର ଦୃଶ୍ୟକୁ ଶାଶୂ ଓ ଶ୍ବଶୁର ଦେଖି ପାରିଲେ ନାହିଁ। ପୁଅକୁ ହରାଇ କଷ୍ଟରେ ଥିଲେ । କିନ୍ତୁ ବେଶୀ କଷ୍ଟଦାୟକ ଥିଲା ବିଧବା ବୋହୂକୁ ଦେଖିବା । ବାକି ଜୀବନ ସେ କେମିତି କାଟିବ ବୋଲି ଭାଙ୍ଗି ଭାଙ୍ଗି ପଡିଥିଲେ ।
ଏଭଳି ଚିନ୍ତା କରୁକରୁ ରାକ୍ଷୀଙ୍କ ଶ୍ବଶୁର ବୋହୂଙ୍କ ପରିବାର ଲୋକଙ୍କ ସହ କଥା ହୋଇ ପୁନର୍ବାର ବିବାହ କରାଇବା ପାଇଁ ସ୍ଥିର କରିଥିଲେ। ଏହାପରେ ରାକ୍ଷୀଙ୍କ ଶ୍ବଶୁର ପୁଅ ଖୋଜିବା ଆରମ୍ଭ କରିଥିଲେ। ଏହି କ୍ରମରେ ପରାସିଆରେ ରହୁଥିବା ଅଜୟ କୈଥବାସଙ୍କ ସହ ବୋହୂଙ୍କ ବିବାହ ପ୍ରସ୍ତାବ ପକାଇଥିଲେ ଶ୍ବଶୁର ମଙ୍ଗଲ ବାଭାରିଆ । ଅଜୟଙ୍କ ପରିବାର ଲୋକ ମଧ୍ୟ ରାକ୍ଷୀଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ଯାଇଥିଲେ। ଏହାପରେ ରାକ୍ଷୀ ଓ ଅଜୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।
Powered by Froala Editor