ଊର୍ଫିଙ୍କୁ ଇନଷ୍ଟାଗ୍ରାମରୁ ୧୮୦ ଦିନର ସସପେନସନ ନୋଟିସ
ବଲିଉଡ୍ ଅଭିନେତ୍ରୀ ଊର୍ଫି ଜାଭେଦ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଯେତିକି ଚର୍ଚ୍ଚାରେ ସେତିକି ବିବାଦରେ ଥାଆନ୍ତି। କେବେ ଅଖାରେ ତିଆରି ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି, ପୁଣି କେତେବେଳେ ପକ୍ଷୀର ପର ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ।
ଖବର ମିଳିଛି କି ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରଦ୍ଦ କରି ଦିଆଯାଇଛି। ଏସୂଚନାକୁ ଊର୍ଫି ନିଜେ ପୋଷ୍ଟ ସେୟାର କରି ଦେଇଛନ୍ତି। ଆଉ କହିଛନ୍ତି, 'ଇନଷ୍ଟାଗ୍ରାମ ପକ୍ଷରୁ ମୋତେ ୧୮୦ଦିନର ସସପେନସନ ନୋଟିସ ମିଳିଛି। ଯାହାଫଳରେ କି ମୁଁ ସେତିକି ଦିନ ପର୍ଯ୍ୟନ୍ତ ଆଉ କୌଣସି ପୋଷ୍ଟ ସେୟାର କରି ପାରିବି ନାହିଁ।'
ସେହି ନୋଟିସରେ ପୁରା ଗାଇଡଲାଇନ ଲେଖା ହୋଇଛି । ଯାହାର ଏକ ସ୍କ୍ରିନସଟ୍ ଉର୍ଫି ସେୟାର କରିଛନ୍ତି । ଏହାଛଡା ତାଙ୍କୁ ୧୮୦ ଦିନର ସମୟ ମଧ୍ୟ ଦିଆଯାଇଛି । ତେବେ ଏପରି ନୋଟିସ ତାଙ୍କୁ କାହିଁକି ଏବଂ କେଉଁ ପୋଷ୍ଟ ପାଇଁ ଦିଆଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।
କିଛିଦିନ ତଳେ ଖବର ମିଳିଥିଲା କି ଊର୍ଫି ଛୋଟ ପୋଷାକ ପିନ୍ଧିଥିବାରୁ ପୁଲିସ ତାଙ୍କୁ ଥାନାକୁ ନେଇ ଯାଇଥିଲା। ଊର୍ଫି ବାନ୍ଦ୍ରା ପୁଲିସ ଷ୍ଟେସନରେ ଥିବା କଥା ସତ କିନ୍ତୁ ଛୋଟ ପୋଷାକ ପିନ୍ଧିଥିବା ହେତୁ ପୁଲିସ ତାଙ୍କୁ ବାନ୍ଧି ନେଇଥିଲା ଏକଥା ସ୍ପଷ୍ଟ ହୋଇ ନଥିଲା।
ଉର୍ଫି ପ୍ରଥମେ ତାଙ୍କ ପାଖକୁ ଆସିଥିବା ସେହି ନୋଟିସର ସ୍କ୍ରିନସଟ୍ ନେଇ ପୋଷ୍ଟ କରିଥିଲେ । ସେଥିରେ କ୍ୟାପସନ ଲେଖିଥିଲେ ଯେ, ଆପଣ ମାନେ ଯାହା ଚାହୁଁଥିଲେ ତାହା ଏବେ ହୋଇଗଲା । କିନ୍ତୁ ପରେ ସେହି ପୋଷ୍ଟକୁ କାଟିଦେଇଥିଲେ ଉର୍ଫି ।
Powered by Froala Editor