ଏମ୍ସ ଡାକ୍ତର କହି ନିର୍ବନ୍ଧ, ନର୍ଯାତନା, ବ୍ଲାକମେଲିଂ

ମାଟ୍ରିମୋନିଆଲ ସାଇଟରୁ ଚିହ୍ନା ପରିଚୟ ପରେ ବାହାଘର ପର୍ଯ୍ୟନ୍ତ କଥା ଗଲା । ନିର୍ବନ୍ଧ ବି ସରିଲା । ହେଲେ ବରପକ୍ଷର ଦାବି ମୁତାବକ ଝିଅ ଘର ଲୋକ ରାଜି ହୋଇନଥିଲେ । ତେଣୁ ରାଗରେ ପୁଅ ଓ ତାର ସମ୍ପର୍କୀୟ ମାନେ ଝିଅକୁ ଗଣଦୁଷ୍କର୍ମ କଲେ । ଏତିକିରେ ବି ମନ ଶାନ୍ତ ହେଲାନି ଯେ, ଝିଅଟି ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ କରିଦେଲେ । ତାପରେ ବ୍ଲାକମେଲିଂ କରି ଟଙ୍କା ମାଗୁଥିଲେ । ଶେଷରେ ନ୍ୟାୟ ପାଇଁ ଥାନାକୁ ଯାଇଛନ୍ତି ପୀଡିତା । ଘଟଣା ଘଟିଛି ଗାଜିଆବାଦରେ। ପୁଲିସ ଏହି ଘଟଣାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
ବିବାହ ପାଇଁ ମାଟ୍ରିମୋନି ସାଇଟ୍ରେ ବାୟୋଡାଟା ଅପ୍ଲୋଡ କରିଥିଲେ ପୀଡିତା। ମାର୍ଚ୍ଚ ୧୧ ତାରିଖରେ ଅମିତ ଯାଦବ ନାମକ ଜଣେ ଯୁବକ ଯୁବତୀଙ୍କ ବାପାଙ୍କୁ ଫୋନ୍ କରିଥିଲେ। ଅମିତ ନିଜକୁ ଦିଲ୍ଲୀ ଏମ୍ସର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଏହାପରେ ମାର୍ଚ୍ଚ ମାସରେ ହିଁ ଅମିତ ଯାଦବ ଓ ଯୁବତୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଦିଲ୍ଲୀରେ ଦେଖାସାକ୍ଷାତ ହୋଇଥିଲା। ଉଭୟ ପକ୍ଷ ବିବାହ ପାଇଁ ରାଜି ମଧ୍ୟ ହୋଇଥିଲେ।
ଏପ୍ରିଲ ୨ ତାରିଖରେ ହରିୟାଣା ସ୍ଥିତ ଅମିତ ଯାଦବଙ୍କ ଗାଁରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ନିର୍ବନ୍ଧ ସରିବା ପରେ ଅମିତଙ୍କ ଘର ଲୋକେ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ କାର୍ ଡିମାଣ୍ଡ କରିଥିଲେ। ତେବେ ଏହି ଯୌତୁକ ଦେବାକୁ ରାଜି ହୋଇନଥିଲେ ଝିଅ ଘର ଲୋକେ। ଏହାପରେ ଅମିତ ଯାଦବ ଓ କିଛି ସମ୍ପର୍କୀୟ ମିଶି ଝିଅ ଘରକୁ ଯାଇଥିଲେ। ସେଠାରେ ପୀଡିତାଙ୍କୁ ନିଶା ଦ୍ୟବ୍ର ଦେଇ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ ପରେ ପୀଡିତା ଗର୍ଭବତୀ ହୋଇଥିଲେ। ଜୋର ଜବରଦସ୍ତି ଅମିତ ତାଙ୍କ ଗର୍ଭପାତ କରାଇଥିଲେ। ପୀଡିତାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡିଓ ଉଠାଇ ତାଙ୍କୁ ଲଗାତର ବ୍ଲାକମେଲିଂ କରୁଥିଲେ ଅମିତ ଯାଦବ। ଏଥିରେ ବିରକ୍ତି ହୋଇ ନଭେମ୍ବର ୨ ତାରିଖରେ କବିନଗର ଥାନାରେ ମାମାଲା ରୁଜୁ କରିଥିଲେ ପୀଡିତା।
Powered by Froala Editor