ବୋମାମାଡରେ ୮ ଆହତ, ୨ ଗୁରୁତର

ନୟାଗଡ଼: ନୟାଗଡ଼ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁରେ ବୋମାମାଡ ହୋଇଛି ଫଳରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ରାଜନୈତିକ ଶତ୍ରୁତା ଯୋଗୁ ଏହି ବୋମାମାଡ଼ ହୋଇଥିବା କୁହାଯାଉଥିଲେ ମଧ୍ୟ ପୁଲିସ ତଦନ୍ତ ପରେ ବୋମାମାଡର କାରଣ ଜଣାପଡିବ। ଏହି ବୋମାମାଡରେ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ ଇତି ମଧ୍ୟରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Powered by Froala Editor