Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

  • ‘ମହାକାଳୀ’ର ପ୍ରଥମ ଝଲକ

  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ...

  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ...

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ...

ରାଜ୍ୟ
Home ›› ରାଜ୍ୟ ››ଆମ ଓଡିଶା ନବୀନ ଓଡିଶା ସବୁ ପଞ୍ଚାୟତରେ ପହଞ୍ଚିଲା

ଆମ ଓଡିଶା ନବୀନ ଓଡିଶା ସବୁ ପଞ୍ଚାୟତରେ ପହଞ୍ଚିଲା

2023-11-11 09:27:52
15495
Share:
Facebook
Twitter
E-Mail
WhatsApp
Telegram
ଆମ ଓଡିଶା ନବୀନ ଓଡିଶା ସବୁ ପଞ୍ଚାୟତରେ ପହଞ୍ଚିଲା

ଭୁବନେଶ୍ବର : ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ କେନ୍ଦୁଝରରୁ ଆରମ୍ଭ ହୋଇଥିଲା।  ଏହା ଯାଜପୁରରେ ଉଦ୍‌ଯାପନ ହୋଇଛି । ଅକ୍ଟୋବର ୧୦ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ୟ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ୟ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ୟ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଏହା ସହିତ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି। ଏହି କାର୍ୟ୍ୟକ୍ରମର ଫୋକସ୍‌ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏଥିପାଇଁ କୋରାପୁଟ ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୨୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ।  ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍‌‌ର ୨୪୦ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ  ୬୫.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ନୂଆପଡା ଓ ଖରିଆର।  ଏଥିରେ ୫ଟି ବ୍ଲକ୍‌ର ୧୩୧ଟି   ଗ୍ରାମପଞ୍ଚାୟତରେ ୧୭୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ର ୩୧୧ଟି  ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ୟ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ  ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ  ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ୟ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

Powered by Froala Editor

Tags Ama odisha naveen odisha

Related articles Odisha News Lens 4.1

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13816
    Aug 26, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ
    ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13667
    Aug 26, 2026
  • ‘ମହାକାଳୀ’ର ପ୍ରଥମ ଝଲକ
    ମନୋରଞ୍ଜନ

    ‘ମହାକାଳୀ’ର ପ୍ରଥମ ଝଲକ

    14313
    Aug 26, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13504
    Aug 26, 2026
  • ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...
    ଦେଶ-ଦେଶାନ୍ତର

    ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ...

    13512
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14671
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15487
    Aug 26, 2026
  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା
    ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14860
    Aug 26, 2026
  • ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ
    ଦେଶ-ଦେଶାନ୍ତର

    ସାଣ୍ଡୱିଚ୍‌ରୁ ଜିଅନ୍ତା ପୋକ

    14192
    Aug 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14860
    Aug 26, 2026
  • ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14671
    Aug 26, 2026
  • ବିଶେଷ

    ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13667
    Aug 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17052
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17684
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17726
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18121
    Sep 06, 2023

ବିଶେଷ

  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13667
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15236
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15595
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16125
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    14042
    Aug 16, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14448
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15977
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14012
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14276
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାର୍‌ରେ ୩୪୦୦ ଚୁମ୍ବନ, କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା

    14860
    Aug 26, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14671
    Aug 26, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13816
    Aug 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In