୧୪ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୧୪ନଭେମ୍ବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ଶୀତର ପ୍ରକୋପ ବଢୁଛି। ରାଜ୍ୟରେ ୧୫ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରହିଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତି ତାପମାତ୍ରା ୧୧.୪ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କୋରାପୁଟରେ ୧୧.୭ ଡିଗ୍ରୀ, ସେମିଳିଗୁଡ଼ାରେ ୧୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, କିରେଇରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡିଗ୍ରୀ ରେକର୍ଡ ହୋଇଛି।
Powered by Froala Editor