ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନି ସିନୋପସିସ: ନବୀନ
ଭୁବନେଶ୍ବର : ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ କୁହାଯାଉଥିବା ସିଲିକନ୍ ଭ୍ୟାଲି ଓଡ଼ିଶାରେ ପ୍ରତିବିମ୍ବିତ ହେବ। ସିଲିକନ୍ ଭ୍ୟାଲି ଢ଼ାଞ୍ଚାରେ ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାରେ ଲାଗିଛି। ଆଇଟି କ୍ଷେତ୍ରରେ ପାଶ୍ଚାତ୍ୟରୁ ଓଡ଼ିଶାକୁ ପୁଞ୍ଜି ନିବେଶ ଆସିବା ଧାରା ଜାରି ରହିଛି। ଇଲେକ୍ଟୋନିକ୍ସ ଡିଜାଇନ୍ ଏବଂ ଅଟୋମେସନ୍ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍ ଭୁବନେଶ୍ୱରରେ ଏକ ଡିଜାଇନ୍ ସେଣ୍ଟର ଖୋଲିଛି। ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ ବୈଷୟିକ କେନ୍ଦ୍ର। ଏହାଦ୍ବାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଚିପ୍ ଡିଜାଇନ ଇକୋସିଷ୍ଟମ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ, ଗବେଷଣା ଓ ବିକାଶ କ୍ଷେତ୍ରରେ ସଶକ୍ତ ହୋଇପାରିବ।
ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ଵ ଦକ୍ଷତା ସମ୍ପର୍ଣ୍ଣ ଡିଜାଇନ୍ ଇଞ୍ଜିନିୟର କାର୍ୟ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ଏହି କର୍ମବଳ ମଧ୍ୟରେ ହାର୍ଡୱେର ଆନାଲିଟିକ୍ସ ଆଣ୍ଡ ଟେଷ୍ଟ, ହାର୍ଡୱେର ଡେଭଲପମେଣ୍ଟ ଗ୍ରୁପ୍, ଏଚ୍ଡିଜି ଆନାଲଗ୍, ଏଚ୍ଡିଜି ଡିଜାଇନ୍ ଆଦି ବିଶେଷଜ୍ଞ ରହିବେ। ତେବେ ସିନୋପସିସ୍ର ଡିଜାଇନ ଆଣ୍ଡ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନି ସିନୋପସିସ ଭୁବନେଶ୍ବରରେ ଏହାର କେନ୍ଦ୍ର ସ୍ଥାପନ କରିଥିବାରୁ ମୁଁ ଆନନ୍ଦିତ ବୋଲି ନବୀନ କହିଛନ୍ତି। ଏହାଦ୍ବାରା ଓଡ଼ିଶାରେ ଏକ ବୃହତ୍ ଇ.ଏସ୍.ଡି.ଏମ୍. ଇକୋସିଷ୍ଟମର ବିକାଶ ଘଟିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
Powered by Froala Editor