ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଶିକ୍ଷକ ଗଲେ ଜେଲ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍ ଗଲେ ଦୁଇ ଶିକ୍ଷକ । ଗିରଫ ଶିକ୍ଷକଦ୍ୱୟ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀ । କୁନ୍ଦେଇ ପୁଲିସ ସେମାନଙ୍କୁ ଗିରଫ କରିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ପୋକ୍ସୋ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବା ପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି।
ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ସଂପୃକ୍ତ ନାବାଳିକା ପାଖକୁ ଯାଇ ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରିଛି। ସୂଚନାଯୋଗ୍ୟ, କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Powered by Froala Editor