ଆଗୁଆ ଶୀତ ଛୁଟି : ୯ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ପ୍ରଦୂଷଣ ଲାଗି ଦିଲ୍ଲୀ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି । ଅର୍ଥାତ ପିଲାଙ୍କୁ ଏବେ ଶୀତ ଦିନର ୧୦ ଦିନିଆ ଛୁଟି ଡିସେମ୍ବର ବଦଳରେ ନଭେମ୍ବରରେ ମିଳିବ। ଏ ସବୁ ଛୁଟିକୁ ଓ୍ୱିଣ୍ଟର ବ୍ରେକ୍ ସହ ଆଡଜଷ୍ଟ କରାଯିବ।
ରାଜଧାନୀର ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ୪୫୦ ଉପରେ ରହିଛି । ଦିଲ୍ଲୀ ପ୍ରଦୂଷଣର ମାତ୍ରା ରୋକିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ନଡା ନଜାଳିବା ପାଇଁ ନିର୍ଦେଶ ଦେଇଥିଲେ । ଗତକାଲି ଦିଲ୍ଲୀ ସମେତ ଏହାର ପଡୋଶୀ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଏଥି ସହିତ ହଟସ୍ପଟ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ , କାନ୍ନଟ ପ୍ଲେସରେ ୨୮କୋଟିର ସ୍ମଗ ଟାୱାର ସ୍ଥାପନ, ଧୂଳି କମ୍ କରିବା ପାଉଡର ସହିତ ବ୍ୟାପକ ଜଳ ସିଞ୍ଚନ କରାଯାଉଛି ।
ଦିଲ୍ଲୀ ସରକାରଙ୍କ କହିବା ମୁତାବକ, ଡିସେମ୍ବର-ଜାନୁଆରୀର ଓ୍ୱିଣ୍ଟର ବ୍ରେକ ଏବେ ପିଲାଙ୍କୁ ଦିଆଯିବ। ବିଷାକ୍ତ ବାୟୁ ଓ ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି। ଏଭଳି କରିବା ଦ୍ୱାରା ପିଲାମାନେ ସୁରକ୍ଷିତ ରହିପାରିବେ।
Powered by Froala Editor