ବିହାରରେ ଜାତିଗତ ସଂରକ୍ଷଣ ୭୫ % ବୃଦ୍ଧି କରିବାକୁ ପ୍ରସ୍ତାବ
ବିହାରରେ ବିହାର ଜାତି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ ସଂରକ୍ଷଣର ପରିସର ବୃଦ୍ଧି ପାଇଁ ପ୍ରକ୍ରିୟା ତୀବ୍ର ହୋଇଛି। ନୀତିଶ କୁମାର ସରକାର ବିଧାନସଭାରେ କୋଟା ୫୦%ରୁ ୭୫ %କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ମଙ୍ଗଳବାର ବିହାର ବିଧାନସଭାରେ ଜାତି ଗଣଗଣନା ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏହାର ଚର୍ଚ୍ଚା କରିବା ଅବସରରେ ରାଜ୍ୟରେ ଓବିସି ସଂରକ୍ଷଣ ୭୫ ପ୍ରତିଶତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସଂରକ୍ଷଣକୁ ୫୦ରୁ ୬୫ ପ୍ରତିଶତକୁ ବଢ଼ାଇବା ସହ ଇଡବ୍ଲ୍ୟୁଏସର ୧୦ ପ୍ରତିଶତକୁ ମିଶାଇ ମୋଟ ୭୫ ପ୍ରତିଶତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସଂରକ୍ଷଣ ପ୍ରତିଶତ ବଢ଼ାଇବାକୁ ଆଲୋଚନା କରାଯାଉଛି, ଏହି ଅଧିବେଶନ ମଧ୍ୟରେ ଏହାକୁ ଲାଗୁ କରିବାକୁ ଚାହୁଛୁ ବୋଲି ନୀତିଶ କହିଛନ୍ତି ।
ରିପୋର୍ଟ ଅନୁସାରେ, ଅନୁସୂଚିତ ଜନଜାତିରେ ୪୨.୭୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି । ଅନୁସୂଚିତ ଜାତି ବର୍ଗରେ ୪୨.୯୩ ପ୍ରତିଶତ ଲୋକ ଗରିବ । ସରକାରୀ ହିସାବରେ ରାଜ୍ୟର ୩୩ ପ୍ରତିଶତ ଲୋକ ସ୍କୁଲ ଯାଇନାହାନ୍ତି । ରାଜ୍ୟର ସବୁଠାରୁ ଅଧିକ ଗରିବ ଭୂମିହରା ପରିବାର ହୋଇଥିବା ବେଳେ ତାଙ୍କ ପଛକୁ ବ୍ରାହ୍ମଣ ପରିବାର ଅଛନ୍ତି । ସେହିପରି ସାଧାରଣ ବର୍ଗରେ ୨୫.୦୯ ପ୍ରତିଶତ ପରିବାର ଗରିବ । ପଛୁଆ ବର୍ଗରେ ୩୩.୧୬ ପ୍ରତିଶତ ପରିବାର ଗରିବ ସୀମାରେଖା ତଳେ ଥିବା ବେଳେ ଇବିସି ବର୍ଗରେ ୩୩.୫୮ ଓ ଅନ୍ୟ ଜାତିରେ ୨୩. ୭୨ ପ୍ରତିଶତ ଗରିବ ସୀମାରେଖା ତଳେ ଅଛନ୍ତି । ତେଣୁ ନୀତିଶ ସରକାର ସଂରକ୍ଷଣ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛନ୍ତି ।
Powered by Froala Editor