ନିର୍ବାଚନ ଲଢ଼ିବେ ପୁଟିନ
କ୍ରେମ୍ଲିନ୍ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟବାସ୍ଥାକୁ ନେଇ ନାନା ପ୍ରଚାର ଚାଲିଥିବା ସତ୍ତ୍ବେ ସେ ଆସନ୍ତା ୨୦୨୪ ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଖୁବ୍ ଶୀଘ୍ର ପ୍ରଚାର ଆରମ୍ଭ କରିବେ। ଏହି ନିର୍ବାଚନରେ ବିଜୟୀ ହେଲେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ। ପୁଟିନଙ୍କ ଜନୈକ ପରାମର୍ଶଦାତା ସୂଚନା ଦେଇଛନ୍ତି ଯେ ରୁଷିଆ ପ୍ରତି ସମ୍ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବିପଦ ସୃଷ୍ଟି ହୋଇଛି। ଏଭଳି ସଂକଟ ସମୟରେ ପୁଟିନଙ୍କ ନେତୃତ୍ବ ଦେଶ ପାଇଁ ଅପରିହାର୍ଯ୍ୟ। ପ୍ରାର୍ଥୀ ହେଲେ ପୁଟିନ ଜିତିବା ନିଶ୍ଚିତ ବୋଲି ସେ କହିଛନ୍ତି; ତେବେ ପୁଟିନଙ୍କ ପ୍ରତିଦ୍ବନ୍ଦ୍ବିତା ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ପୁଟିନ ୧୯୯୯ ଡିସେମ୍ବର ୩୧ରୁ ରୁଷିଆ ଶାସନର ମଙ୍ଗ ଧରିଛନ୍ତି। ସର୍ବାଧିକ ସମୟ ରାଷ୍ଟ୍ରପତି ରହି ୭୧ ବର୍ଷୀୟ ପୁଟିନ ତାଙ୍କ ପୂର୍ବସୁରୀ ଯୋସେଫ ଷ୍ଟାଲିନ୍ ଓ ଲିଓନିଡ ବ୍ରେଜ୍ନେଭ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି।
Powered by Froala Editor