ପ୍ରାର୍ଥୀ ହେବା ପୂର୍ବରୁ ଆଝାରୁଦ୍ଦିନଙ୍କୁ ଝଟକା, ଦୁର୍ନୀତି ମାମଲା ରୁଜୁ
ତେଲଙ୍ଗାନା ନିର୍ବାଚନ ତାତି ବଢୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଯାଉଥିବା ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ଲାଗିଛି ଝଟକା । ତାଙ୍କ ବିରୋଧରେ ରୁଜୁ ହୋଇଛି ୪ଟି ମାମଲା । ହାଇଦ୍ରାବାଦର ଜୁବିଲି ହିଲସ ବିଧାନସଭା ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବାବେଳେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।
ନଭେମ୍ବର ୩୦ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଅଝାରୁଦ୍ଦିନ୍ ତେଲେଙ୍ଗାନର ଜୁବିଲି ହିଲ୍ସ ନିର୍ବାଚନ ମଣ୍ଡଳୀରୁ କରୁଛନ୍ତି। ‘ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍’ରେ (HCA) ଅଧ୍ୟକ୍ଷତା କରୁଥିବା ବେଳେ ଅର୍ଥ ହେରଫେର୍ କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଝାର୍ଙ୍କ ସମେତ ପୁଲିସ ଏଚ୍ସିଏର ବିଭିନ୍ନ କର୍ମକର୍ତ୍ତା ଓ ପୂର୍ବତନ ସଦସ୍ୟଙ୍କ ନାଁରେ ରଚାକୋଣ୍ଡା ପୁଲିସ ୪ଟି ମାମଲା ରୁଜୁ କରିଛି।
ତେବେ ଏହା ବିରୋଧୀଙ୍କ ଚାଲ ବୋଲି କହିଛନ୍ତି ଆଝାରୁଦ୍ଦିନ । ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ବିରୋଧୀଙ୍କ ଏହି ଉଦ୍ୟମ ବୋଲି ସେ କହିଛନ୍ତି ।
Powered by Froala Editor