ଭୋଟ ପୂର୍ବରୁ ସୀମାନ୍ତରେ ଆଇଇଡି ବିସ୍ଫୋରଣ : ଯବାନ ଓ ପୁଲିଂ କର୍ମଚାରୀ ଆହତ
ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର ଅପରାହ୍ନରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅଞ୍ଚଳରେ ଆଇଇଡି ବୋମା ବିସ୍ଫୋରଣ ହୋଇଛି। ଭୋଟିଂର ଦିନକୁ ପୂର୍ବରୁ ସୁରକ୍ଷାକର୍ମୀ ଓ ପୁଲିଂ ଟିମକୁ ଟାର୍ଗେଟ କରିଛନ୍ତି ନକ୍ସଲ। ଏଥିରେ ଜଣେ ବିଏସ୍ଏଫ ଯବାନ ଓ ୨ ଜଣ ମତଦାନ କର୍ମଚାରୀ ଆହତ ହୋଇଛନ୍ତି। ଆହତ ବିଏସଏଫ କନଷ୍ଟେବଲ ଜଣଙ୍କ ହେଲେ ପ୍ରକାଶ ଚାନ୍ଦ। ପ୍ରକାଶଙ୍କୁ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଆହତ ଦୁଇ ମତଦାନ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା ମାର୍ବେଡା କ୍ୟାମ୍ପରୁ ବିଏସ୍ଏଫ୍ ଯବାନ ଓ ଜିଲ୍ଲା ପୁଲିସ କର୍ମଚାରୀଙ୍କ ସହ ପୋଲିଂ ଦଳ ଅଣ୍ଟାଗର ବିଧାନସଭା ନିର୍ବାନମଣ୍ଡଳୀର ରେଙ୍ଗାୱହିଁ ମତଦାନ କେନ୍ଦ୍ରକୁ ଯାଉଥିଲେ। ସେହି ରାସ୍ତାରେ ମାଓବାଦୀମାନେ ପୂର୍ବରୁ ୩ଟି ଆଇଡି ବୋମା ଖଞ୍ଜିଥିଲେ। ଅପରାହ୍ନ ୪ଟା ବେଳେ ଗୋଟିଏ ଆଇଇଡି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ବିଏସ୍ଏଫ୍ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଓ ଦୁଇ ଜଣ ପୋଲିଂ କର୍ମଚାରୀ ଶାମ ସିଂହ ନେତାମ ଓ ଦେବନ ସିଂହ ନେତାମ ଆହତ ହୋଇଥିଲେ। ଖବର ପାଇ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିବା ବେଳେ ସର୍ଚ୍ଚ ଅପରେସନ କରାଯାଉଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Powered by Froala Editor