ଡଙ୍କି ଟିଜର ରିଲିଜ

ପଠାନ ଏବଂ ଜୱାନ ପରେ ଡଙ୍କି ଫିଲ୍ମ ସହିତ ପୁଣି ଥରେ କମ୍ବ୍ୟାକ୍ କରୁଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ। ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି।
ଡଙ୍କିରେ ଶାହାରୁଖ ଏକ ଭିନ୍ନ କନସେପ୍ଟରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଟ୍ରେଲରରେ ୫ ଜଣ ସାଙ୍ଗଙ୍କ କାହାଣୀ ଦେଖାଯାଇଛି । କାହାଣୀଟି ଶାହାରୁଖ ନିଜ ସାଙ୍ଗମାନଙ୍କ ସହିତ ବିଦେଶରେ ପହଞ୍ଚିବାରେ ସକ୍ଷମ କି ନୁହେଁ ତାହା ଉପରେ ନିର୍ମିତ ହୋଇଛି । ଟିଜର ଆରମ୍ଭରେ ଶାହାରୁଖ ଖାନ ମରୁଭୂମି ଅଞ୍ଚଳରେ ଦୌଡୁଥିବାର ନଜର ଆସିଛନ୍ତି। ତାଙ୍କ ସହିତ ଅନ୍ୟ କିଛି ଲୋକ ମଧ୍ୟ ଅଛନ୍ତି ।
ଡଙ୍କିର କାହାଣୀ ଭିନ୍ନ ହୋଇଥିବାରୁ ଏହା ଭଲ ରେସପନ୍ସ ଦେବ ବୋଲି କୁହାଯାଉଛି । ତାଙ୍କ ଅପୋଜିଟରେ ତାପସୀ ପନ୍ନୁ ବି ରହିଛନ୍ତି । ସେ ଜଣେ ଦମଦାର ଅଭିଦେତ୍ରୀ । ତେଣୁ କାହାଣୀ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସୂଚନା ରହିଛି ।
Powered by Froala Editor