ପାର୍ବଣରେ ନୂଆ ରେକର୍ଡ : ଜିଏସ୍ଟିରୁ ମିଳିଲା ୧.୭୨ ଲକ୍ଷ କୋଟି
ଦୀପାବଳି ପୂର୍ବରୁ ଦେଶରେ ଜିଏସଟି ରାଜସ୍ୱ ବାବଦରେ ସଂଗ୍ରହ ହୋଇଛି ରେକର୍ଡ ୧.୭୨ ଲକ୍ଷ କୋଟି ଟଙ୍କା। ଜୁଲାଇ ୧, ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ । ଏପ୍ରିଲ ୨୦୨୩ରେ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ଆଦାୟ ହୋଇଥିଲା, ଯାହାକି ସର୍ବାଧିକ ମାସିକ ଜିଏସଟି ଆଦାୟ । ସେହିପରି ଅକ୍ଟୋବର ୨୦୨୨ ତୁଳନାରେ ଗତ ଅକ୍ଟୋବରରେ ଜିଏସଟି ଆଦାୟରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି।
୨୦୨୨ ଅକ୍ଟୋବରରେ ସରକାର ୧.୫୨ ଲକ୍ଷ କୋଟି ଟଙ୍କା ଜିଏସ୍ଟିରୁ ପାଇଥିଲେ।ଇତି ମଧ୍ୟରେ ୨୦୨୩ ଅକ୍ଟୋବର ମାସରେ ସଂଗ୍ରହ ହୋଇଥିବା ଜିଏସ୍ଟିର ପରିମାଣ ଦ୍ୱିତୀୟ ସର୍ବାଧିକ।
ବୁଧବାର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ ୧,୭୨,୦୦୩ କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗ୍ରହ କରାଯାଇଛି।
Powered by Froala Editor