ଫୋନ୍ ଲୁଟ୍ ବେଳେ ବି.ଟେକ୍ ଛାତ୍ରୀ ମୃତ୍ୟୁ ଘଟଣା : ଅଭିଯୁକ୍ତକୁ ଏନ୍କାଉଣ୍ଟର
ଶୁକ୍ରବାର ଲୁଟର ଶିକାର ହୋଇଥିବା ବି.ଟେକ୍ ଛାତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ‘ଏବିଇଏସ୍ କଲେଜ୍’ର ବି-ଟେକ୍ ଛାତ୍ରୀ କିର୍ତ୍ତି ସିଂହ ଅଟୋରିକ୍ସାରେ ବାନ୍ଧବୀ ଦୀକ୍ଷା ଜିନ୍ଦଲ୍ଙ୍କ ସହିତ ହାପୁରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଜଣେ ଯୁବକ କିର୍ତ୍ତିଙ୍କଠାରୁ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ କିର୍ତ୍ତି ଲୁଟେରାଙ୍କ ସହିତ ସାହାସର ସହ ସାମ୍ନା କରିଥିଲେ। ଫଳରେ କିର୍ତ୍ତିଙ୍କ ହାତରୁ ଲୁଟେରା ଫୋନ ଝାମ୍ପି ପାରି ନଥିଲେ। ଫୋନ୍ ଛଡ଼ାଇ ନେବା ବେଳେ ସେ ଅଟୋରୁ ପଡ଼ି କିର୍ତ୍ତି ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କିର୍ତ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।
ଛାତ୍ରୀ ମରିଯିବା ମାମଲାରେ ୨୮ ବର୍ଷିୟ ଅପରାଧୀକୁ ପୁଲିସ ଏନକାଉଣ୍ଟରରେ ମାରିଦେଇଥିବା କହିଛି । କିର୍ତ୍ତିଙ୍କଠାରୁ ଫୋନ୍ ଛଡ଼ାଇବା ବେଳେ ଅଭିଯୁକ୍ତ ବଲବୀର ବାଇକ୍ ଚଳାଉଥିଲେ ଓ ଜିତେନ୍ଦ୍ର ପଛରେ ବସିଥିଲେ। ରବିବାର ରାତି ପ୍ରାୟ ୩ଟା ବେଳେ ଗଙ୍ଗା ନଦୀ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ପୁଲିସ ବାଇକ୍ ଚଳାଇ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଅଟକାଇବାକୁ ସଙ୍କେତ ଦେଲେ। କିନ୍ତୁ, ସେମାନେ ହଠାତ୍ ବୁଲି ପଡ଼ି ଦ୍ରୁତ ବେଗରେ ପଳାଇଯିବାକୁ ଉଦ୍ୟମ କଲେ। ଅଭିଯୁକ୍ତ ଗୁଳିରେ ଜଣେ ସବ୍-ଇନ୍ସ୍ପେକ୍ଟର୍ ଆହତ ହେଲେ। ପୁଲିସ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତ ଗୋଡ଼ରେ ବାଜିଲା ଓ ସେମାନେ ରାସ୍ତାରେ ପଡ଼ିଗଲେ। ପୁଲିସ ସେଠାରେ ପହଞ୍ଚି ଆହତ ଜିତେନ୍ଦ୍ରକୁ ଧରି ପକାଇଲେ, କିନ୍ତୁ ଅନ୍ଧାକାରର ସୁଯୋଗ ନେଇ ଅନ୍ୟଜଣକ ଘଟଣାସ୍ଥଳରୁ ଖସି ପଳାଇଗଲେ। ଜିତେନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
Powered by Froala Editor