ଏନସିପି ବିଧାୟକଙ୍କ ଘରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ
ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ନିଆଁ ଉଗ୍ର ରୂପ ଧାରଣ କରୁଛି। ମରାଠା ସଂରକ୍ଷଣ ସଂରକ୍ଷଣ ଦାବିକରି ବିକ୍ଷୋଭକାରୀମାନେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ପ୍ରଥମେ ବିଧାୟକଙ୍କ ଘରେ ଭଙ୍ଗାରୁ୍ଜ୍ଜା କରିବା ପରେ ପରେ ସେଥିରେ ନିଆଁ ଲଗାଇଦେଇଥିଲେ । ନିଆଁ ସମଗ୍ର ଘରକୁ ବ୍ୟାପିଯାଇଥିଲା ।
ଆନ୍ଦୋଳନକାରୀଙ୍କ ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲାଙ୍କି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ କହିଛନ୍ତି, ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ ଆହତ ହୋଇନାହାଁନ୍ତି। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସମ୍ପତ୍ତି ନଷ୍ଟ ହୋଇଛି।
ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ ମନୋଜ ଜରାଙ୍ଗେ ପାଟିଲ (ମରାଠା ମୋର୍ଚ୍ଚାର ସଂଯୋଜକ) ଧ୍ୟାନ ଦେବା ଉଚିତ ଯେ ଏହି ପ୍ରତିବାଦ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛି। ଏହା ଭୁଲ ଦିଗରେ ଯାଉଛି।
Powered by Froala Editor