ପ୍ରଚାର ବେଳେ ବିଆରଏସ ଏମପିଙ୍କୁ ଛୁରାମାଡ଼
ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କ ପେଟରେ ଛୁରାମାଡ଼ ହୋଇଛି। ଦୌଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପେଟରେ ଛୁରୀ ଭୁଷି ଦେଇଥିଲେ। ତାଙ୍କ ସମର୍ଥକମାନେ ଏ ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ତାଙ୍କୁ ଗଜଭେଲ ଡାକ୍ତରଖାନାକୁ ନେଇଗଲେ।
ସୂଚନା ଅନୁଯାୟୀ, ଭିଡ ମଧ୍ୟରୁ ଆକ୍ରମଣକାରୀଙ୍କୁ ଧରି ପ୍ରଥମେ ତାଙ୍କୁ ଖୁବ ମାଡ ମାରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଛୁରାମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି। ଏହି ଆକ୍ରମଣର କାରଣ ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ନିଜ ଟିମ୍ ଘେରି ରହିଥିବା ସାଂସଦ ନିଜ ପେଟ କ୍ଷତରେ ହାତ ରଖିଥିବା ଦେଖିବାକୁ ମିଳୁଛି। ପେଟରେ ଆଘାତ ଲାଗିବାରୁ ସାଂସଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁରକ୍ଷିତ ଥିବା ପୋଲିସ କହିଥିଲା।
Powered by Froala Editor