କନଭେନସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ
ନୂଆଦିଲ୍ଲୀ: କେରଳ ଏର୍ଣ୍ଣାକୁଲମର କଲାମାସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ ହୋଇଛି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ସର୍ବନିମ୍ନ ୨୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏଠାରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ଏଠାରେ ୩ଟି ବିସ୍ଫୋରଣ ହୋଇଛି ।
ଘଟଣାକୁ ନେଇ ଯାହା ସୂଚନା ରହିଛି ତାହା ମୁତାବକ ପ୍ରାରମ୍ଭିକ ଯାଂଚ ବେଳେ ଜଣାପଡିଛି ଯେ,୫ ରୁ ୧୦ ସେକେଣ୍ଡ ମଧ୍ୟରେ ଦୁଇଟି ବିସ୍ଫୋରଣ ହୋଇଛି । ସୂଚନା ପାଇବା ପରେ ଫରେନସିକ ସାଇନ୍ସ ଲାବ୍ରୋରେଟାରୀ ଟିମ୍ ଘଟଣା ସ୍ଥଳରେ ପହଂଚିଛି ।
ସେପଟେ ବିସ୍ଫୋରଣ ପରେ କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor