ଚପରାସୀ ଚାକିରି ପାଇଁ ଲମ୍ବା ଲାଇନ, ଧସ୍ତାଧସ୍ତି
ରୋଜଗାର ମେଳା ମାଧ୍ୟମରେ ୫୮ହଜାର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ମିଳିଛି । ହେଲେ ଚପରାସୀ ଚାକିରି ପାଇଁ ଇଞ୍ଜିନିୟର ଡିଗ୍ରୀ ଧାରୀଙ୍କ ଲମ୍ବା ଲାଇନ ଏବେ ସତକୁ ପଦାରେ ପକାଇଛି । ଏବେ ବି ହଜାର ହଜାର ପିଲା ବେକାର ହୋଇ ବୁଲୁଛନ୍ତି । ଯାହାର ଉଦାହରଣ ଏଠାରେ ଦେଖିବାକୁ ମିଳିଛି ।
ଏଭଳି ଏକ ମାମଲା ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରୁ ଆସିଛି। ଏଠାରେ ଇଞ୍ଜିନିୟରମାନେ ୨୩ ହଜାର ଟଙ୍କା ବେତନ ଥିବା ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା କେବଳ ସପ୍ତମ ପାସ ଥିଲା। ଦ୍ୱିତୀୟ ଯୋଗ୍ୟତା ଥିଲା ଆବେଦନକାରୀ ସାଇକେଲ ଚଲାଇବା ଜାଣିଥିବା ଉଚିତ। ତଥାପି ହଜାର ହଜାର ପିଲା ଲାଇନ ଲଗାଇଛନ୍ତି । କେବଳ ଏତିକି ନୁହେଁ, ଏହି ଚାକିରୀ ପାଇବା ପାଇଁ ଶହ ଶହ ଯୁବକ ଧାଡିରେ ରହି ପରସ୍ପର ମଧ୍ୟରେ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଅନେକ କିଲୋମିଟରର ଲମ୍ବା ଧାଡି ଥିଲା ।
ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ବି.ଟେକ ପାଶ କରିଥିବା ଯୁବବର୍ଗମାନେ କରଳର ଏର୍ନାକୁଲମ ଜିଲାର ସରକାରୀ କାର୍ଯ୍ୟାଳୟରେ ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ୧୦୧ ପ୍ରାର୍ଥୀ ଏଥିପାଇଁ କରାଯାଇଥିବା ସାଇକେଲ ଚାଳନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ ପ୍ରାର୍ଥୀ କହିଛନ୍ତି ଏହି ଚାକିରି ସୁରକ୍ଷିତ ଏବଂ ଏଥିରେ କୌଣସି ରିସ୍କ ନାହିଁ। ଏହା ବ୍ୟତୀତ ଏଥିରେ କୌଣସି ଟେନସନ ନାହିଁ।
Powered by Froala Editor