ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ ଆଉ ନାହାନ୍ତି

ଓଡ଼ିଆ ସଂଗୀତ ଜଗତର ଆଉ ଜଣେ ମହାରଥୀ ସ୍ବରୂପ ନାୟକ ଆଉ ନାହାନ୍ତି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ବରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ତାଙ୍କର ଏକ ବିଶେଷତ୍ବ ଥିଲା ସେ ମୁଖ୍ୟତଃ ଓଡ଼ିଆ ଗାୟକଗାୟିକାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଉଥିଲେ। ଯେଉଁ ସମୟରେ ତାଙ୍କର ସମସାମୟିକ ସଂଗୀତ ନିର୍ଦ୍ଦେଶକମାନେ ବାହାରର ଶିଳ୍ପୀ, ଯଥା ବଲିଉଡ୍ କିମ୍ବା ଟଲିଉଡ୍ ଗାୟକଗାୟିକାଙ୍କ ଉପରେ ନିର୍ଭର କରୁଥିଲେ ସେ ସମୟରେ ସେ ନବୋଦିତ ଓଡ଼ିଆ ଗାୟକଗାୟିକାଙ୍କୁ ନେଇ ବହୁ ହିଟ୍ ଗୀତ ସୃଷ୍ଟି କରିଛନ୍ତି। ପାନ ଗୁଆ ଖଇର ଗୁଆକାତି, ଚାଲିରେ ତୋର ପଦ୍ମଫୁଟେ, ସତ କହି ପାଏ ପଛେ ଫାଶୀ ଇତ୍ୟାଦି ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି।
Powered by Froala Editor