ଗଧ ପିଠିରେ ବସି ନାମାଙ୍କନ ଦାଖଲ
ନିର୍ବାଚନୀ ହାୱା ଏବେ ଜୋରରେ ବୋହିବାକୁ ଲାଗିଲାଣି । ଟିକେଟ ଆଶାୟୀ ସବୁ କାର୍ଯ୍ୟକ୍ରମରେ ନଜର ଆସିଲେଣି । ତେବେ ୟା ଭିତରେ ଅଜବ ନଜାରା ବି ସାମନାକୁ ଆସୁଛି । ମଧ୍ୟପ୍ରଦେଶ ବୁରହନପୁର ନିର୍ବାଚନ ମଣ୍ଡଳୀର ଜଣେ ସ୍ୱାଧୀନ ପ୍ରାର୍ଥୀ ଗଧ ଉପରେ ବସି ନାମାଙ୍କନ ପତ୍ର ଦାଲ କରିବାକୁ ପହଞ୍ଚିଛନ୍ତି। ସେ ନିଜ ଘର ଠାରୁ ଗଧ ଉପରେ ବସି ତହସିଲ ଅଫିସ ଯାଇଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ନେତା ଜଣଙ୍କ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଟିକେଟ ଆଶାରେ ଥିଲେ। କିନ୍ତୁ ବିଜେପି ତାଙ୍କୁ ଟିକେଟ ନ ଦେବାରୁ, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।
ନେତା ଜଣଙ୍କ ହେଲେ ପ୍ରିୟଙ୍କ ସିଂହ ଠାକୁର। ବିଜେପି ଠାରୁ ଟିକେଟ ପାଇଁ ଆଶା ରଖି ନିରାଶ ହୋଇଥିବା ପ୍ରିୟଙ୍କ ଗଧ ଉପରେ ବସି ଯାଉଥିବା ବେଳେ ତାଙ୍କର କିଛି ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଜୟ ସିୟାରାମ ନାରା ମଧ୍ୟ ଦେଇଥିଲେ।
ସେ କହିଛନ୍ତି, “ରାଜନେତା ଲୋକମାନଙ୍କୁ ଗଧ ଭାବେ ବିବେଚନା କରି ବୋକା ବନାଉଛନ୍ତି। ତେଣୁ ମୁଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଗଧ ଉପରେ ବସି ଆସିଛି। ବୁରହନପୁରରେ ରହୁଥିବା ୨/୩ଟି ପରିବାର ଲୋକମାନଙ୍କୁ ବିକାଶ ନାଁରେ ବୋକା ବନାଉଛନ୍ତି। ବାସ୍ତବରେ ବିକାଶ କେବଳ ସେମାନେ ନିଜ ଘରର ହେଉଛି।”
Powered by Froala Editor