ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ କରିଦେଇଛି। ଏହି ମାମଲାକୁ ଉଚ୍ଚସ୍ତରରେ ଉଠାଇବ ବୋଲି ବିଦେଶ ମନ୍ତ୍ରାଳୟ କହିଛି।
ନୌସେନାର ଏହି ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ କତାରରେ ଗିରଫ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଗିରଫଦାରୀ ହୋଇଥିଲା। ସେବେଠାରୁ ସେମାନେ କତାର ଜେଲରେ ଅଛନ୍ତି। ଇସ୍ରାଏଲ ପାଇଁ ଏମାନେ କତାରରେ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗ ରହିଛି।ଏହି ମାମଲାର ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି, 'ଆମେ ଗରିଫ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟ ଓ ଆଇନଗତ ଟିମ୍ ସହ ସମ୍ପର୍କରେ ଅଛୁ। ସେମାନଙ୍କୁ ମୁକ୍ତ କରିବା ପାଇଁ ସମସ୍ତ ଆଇନ ବିକଳ୍ପ ଖୋଜା ଚାଲିଛି। ଏହି ମାମଲା ଉପରେ କଡା ନଜର ରହିଛି। କତାର ଅଧିକାରୀଙ୍କ ସାମ୍ନାରେ ମଧ୍ୟ ଏହି ମାମଲାର ପୁନଃ ବିଚାର କରାଯିବାକୁ ସୁପାରିଶ କରାଯିବ।'
କତାର ଜେଲରେ ବନ୍ଦ ଥିବା ଆଠଜଣ ପୂର୍ବତନ ନୌସେନା ଅଧିକାରୀମାନଙ୍କ ହେଉଛନ୍ତି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୁର୍ନେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ। ଗୁପ୍ତଚର ଅଭିଯୋଗରେ ପଚରାଉଚରା ପାଇଁ ସମସ୍ତଙ୍କୁ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା।
Powered by Froala Editor