ପୁଲିସକୁ ଚକ୍ମା : ଡାକ୍ତରୀମାଇନା ବେଳେ ଫେରାର ହୋଇଗଲା ବଳାତ୍କାରୀ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପଣ୍ଡାପଡା ପୁଲିସର ଦାୟିତ୍ୱହୀନତା ପାଇଁ ଜଣେ ବଳାତ୍କାର ଅଭିଯୁକ୍ତ ଖସି ପଳାଇଛି । ଜଣେ ଅପରାଧିକୁ ପଣ୍ଡାପଡା ପୁଲିସ ଡାକ୍ତରୀମାଇନା ନିମନ୍ତେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ପୁଲିସର ଆସାମୀ ଜଣଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରାର ହୋଇଯାଇଛି ।
ସୂଚନା ଅନୁସାରେ ପଣ୍ଡାପଡା ଥାନା ହୁଣ୍ଡା ପଂଚାୟତ ତଅଁଳହତା ଗାଁର ଜଣେ ଯୁବତୀକୁ ଦେବଗଡ ଜିଲ୍ଲା ବାରକୋଟ ଥାନା ତନସିରା ଗାଁର ଟଙ୍କଧର ନାଏକ (୨୦) ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣଙ୍କ ପଣ୍ଡପଡା ଥାନାରେ ଅଭିଯୋଗ କରିଥିଲା । ଯୁବତୀର ଲିଖିତ ଅଭିଯୋଗ କ୍ରମେ ପଣ୍ଡାପଡା ପୁଲିସ ଯୁବକ ଜଣଙ୍କୁ ଧରିବା ପରେ ଥାନାକୁ ଆଣିଥିଲେ । ଯୁବକ ଜଣଙ୍କୁ ପଣ୍ଡାପଡା ପୁଲିସ ଡାକ୍ତରୀ ମାଇନା ନିମନ୍ତେ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଯୁବକ ଜଣଙ୍କର ଡାକ୍ତରୀମାଇନା କରିବା ପାଇଁ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଲାଟିନକୁ ପଠାଇଥିଲେ । ପୁଲିସ ଆସାମୀକୁ ଜଗିବା ବଦଳରେ ଥାନା ଗାଡିରେ ବସିରହିଥିଲେ । ଆସାମୀ ଜଣଙ୍କ ଲାଟିନର ସ୍କାଇ ଲାଇଟକୁ ତାଡି ଫେରାର ହୋଇଯାଇଥିବା ଜଣାପଡିଛି । ଆସାମୀକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ବେଳେ ଧରିବାରେ ସକ୍ଷମ ହୋଇପାରିନାହିଁ ।
Powered by Froala Editor