ଦିଲ୍ଲୀ ପ୍ରଦୂଷଣ ବଢିଲା, ଲାଗିଲା ଷ୍ଟେଜ୍-୨ କଟକଣା

ଦିଲ୍ଲୀ ପ୍ରଦୂଷଣ ପାଇଁ ସବୁ ବର୍ଷ ସରକାର ପୂର୍ବରୁ ସତର୍କ ରହିଥାନ୍ତି । ଏବର୍ଷ ମଧ୍ୟ ଶୀତ ପଡୁ ପଡୁ ଦିଲ୍ଲୀରେ ପ୍ରଦୂଷଣ ବି ବଢିଲାଣି । ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲ ହୋଇଛି। ଶନିବାର ଦିଲ୍ଲୀରେ ବାୟୁର ଗଣବତ୍ତା ୨୪୮ ଥିବା ରେକର୍ଡ କରାଯାଇଛି। ଆଗକୁ ଏହି ପ୍ରଦୂଷଣ ମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଗୁଣବତ୍ତା ପରିଚାଳନା ଆୟୋଗ (CAQM) କହିଛନ୍ତି ଯେ ପ୍ରତିକୂଳ ପାଗ ଏବଂ ଜଳବାୟୁ ପରିସ୍ଥିତି ଯୋଗୁ ଆଗକୁ ପ୍ରଦୂଷଣର ମାତ୍ରା ବଢ଼ିପାରେ। ଆସନ୍ତା ୨୪ରେ ଦିଲ୍ଲୀରେ ବାୟୁର ଗଣବତ୍ତା ଆହୁରି ଖରାପ ଶ୍ରେଣୀକୁ ଯାଇପାରେ। ତେଣୁ ଏହା ପୂର୍ବରୁ ସଜାଗ ହେବା ଜରୁରୀ ।
ସେପଟେ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଷ୍ଟେଜ-୨ କଟକଣା ଲାଗୁ କରାଯାଇଛି। ପାର୍କିଂ ଶୁଳ୍କ ବୃଦ୍ଧି କରିବାକୁ ଏବଂ ଘରୋଇ ପରିବହନକୁ ରୋକିବା ଲାଗି ସିଏନ୍ଜି/ ଇଲେକ୍ଟ୍ରିକ୍ ବସ୍, ମେଟ୍ରୋ ସେବାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀତଦିନେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ-ଏନସିଆରରେ କାର୍ଯ୍ୟକାରୀ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଫେଜ୍ ରେସପନ୍ସ ଆକ୍ସନ ପ୍ଲାନ (GRAP)ର ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor