ବର୍ଷାରେ ଭିଜିବ ଦଶହରା!
ଭୁବନେଶ୍ୱର: ବର୍ଷାରେ ଭିଜିପାରେ ଦଶହରା । ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି । ଲଘୁଚାପ ଆସୁଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ,ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ୨୦ ତାରିଖରେ ଷଷ୍ଠୀ ପୂଜା ପଡ଼ୁଥିବା ବେଳେ ୨୨ ତାରିଖରେ ମହାଷ୍ଟମୀ ପଡ଼ୁଛି। ତେବେ ଲଘୁଚାପ ବର୍ଷା ପୂଜାକୁ ଫିକା କରିପାରେ ବୋଲି ଅନୁମାନ କରାଯାଉଛି। ତେବେ ଲଘୁଚାପ କ୍ଷେତ୍ର କେଉଁ ତାରିଖରେ ସୃଷ୍ଟି ହେବ, ଏହା ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ସ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।୧୯ରେ ଉତ୍ତର ଓଡ଼ିଶା ସମେତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡର କିଛି ଅଞ୍ଚଳରେ ବର୍ଷା ହେବ । ସେପଟେ ଶରତ ଆରମ୍ଭ ହୋଇଥିଲେ ରାଜ୍ୟରେ ଗରମ ଗୁଳୁଗୁଳି ଜାରି ରହିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ ବୋଲି ଆକଳନ କରାଯାଇଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ କରାଯାଇଛି । ୧୮ରୁ ୨୦ ତାରିଖ ଯାଏଁ ବର୍ଷା ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୧୮ ତାରିଖରେ ୧୧ଜିଲ୍ଲାରେ ବର୍ଷା ଆକଳନ କରାଯାଇଛି । ୧୯ ତାରିଖରେ ୮ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୦ ତାରିଖରେ ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି ।
Powered by Froala Editor