ଯୁଦ୍ଧର କରୁଣ ଚିତ୍ର : ମୃତ ମା’ଠୁ କ୍ଷୀର ପିଉଥିଲା ମାସକର ଶିଶୁ
ଇସ୍ରାଏଲ-ହମାସ୍ ଯୁଦ୍ଧରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ଯୁଦ୍ଧର ଏତେ ବୀଭତ୍ସ ଓ କରୁଣ ଚିତ୍ର ଦେଖିବା କିମ୍ବା କହିବା ବେଳକୁ ଛାତିରେ କୋହ ଆସିଯାଉଛି । ତେବେ ପୁଣି ସେଭଳି କିଛି ଘଟିଛି ଯାହା ଶୁଣିବା କଷ୍ଟକର । ଏକ ଧ୍ୱଂସସ୍ତପ ତଳେ ମା’ର ମୃତ୍ୟୁ ଘଟିଥିବାବେଳେ ମାସକର କଅଁଳା ଶିଶୁ ମା’ଠୁ କ୍ଷୀର ପିଉଥିଲା । ଏ ଦୃଶ୍ୟ ଯେଉଁମାନେ ଦେଖିଲେ ସେମାନେ ନକାନ୍ଦି ରହିପାରିଲେ ନାହିଁ ।
ହମାସ୍ ଆକ୍ରମଣରେ ଇସ୍ରାଏଲ୍ର ବଡ଼ବଡ଼ କୋଠା ଭୁୁଶୁଡ଼ି ପଡ଼ିଥିଲା। କୋଠାର ଧ୍ବଂସସ୍ତୂପ ତଳୁ ଲୋକଙ୍କୁ ମୃତ ଓ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଉଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ରକେଟ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ଘରର ଧ୍ବଂସସ୍ତୂପ ତଳେ ମା’ ମୃତ ଅବସ୍ଥାରେ ପଡ଼ିଥିଲା। ଏହି ସମୟରେ ମୃତ ମା’କୁ ଏକମାସର ନବଜାତ ଜାବୁଡ଼ି ଧରି ସ୍ତନରୁ କ୍ଷୀର ପିଉଥିଲା।
ଶିଶୁକୁ ତାର ମାମୁଁ ଉଦ୍ଧାର କରିଛି । ତାଙ୍କ କହିବାନୁଯାୟୀ, ସେ ବାହାରକୁ ଯାଇଥିଲେ । ଫେରିବା ବେଳକୁ ତିନିମହଲା କୋଠା ଧ୍ବଂସ ହୋଇଯାଇଥିଲା। ସେ ଭଉଣୀକୁ ଖୋଜୁଥିଲେ । ହେଲେ ଭଉଣୀ ସବୁଦିନ ପାଇଁ ଚାଲିଯାଇଥିଲେ । କିନ୍ତୁ ପାଖରେ ତାଙ୍କର ମାସକର ଶିଶୁ ଭୋକରେ ମା’କୁ ଧରି କ୍ଷୀର ପିଉଥିଲା । ଏ ଦୃଶ୍ୟ ଦେଖି ମାମୁଁ କାନ୍ଦି କାନ୍ଦି ଶିଶୁକୁ ଜାବୁଡି ଧରିଥିଲେ ।
Powered by Froala Editor