ସାବଧାନ: ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲେ ପ୍ରେମିକାର ପରିବାର ଲୋକ
ପାଟନା: ପ୍ରେମିକାର ପ୍ରେମରେ ଉବୁଟୁବୁ ହେଉଥିବା ପ୍ରେମିକ ମାନେ ସାବଧାନ। ଗୋଟିଏ ଫୋନ କଲରେ ପ୍ରେମିକା ପାଖରେ ପହଞ୍ଚିଲା ପ୍ରେମିକ। ଶେଷରେ ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲେ ପ୍ରେମିକାର ପରିବାର ଲୋକେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ଏଭଳି ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ । ପୀଡ଼ିତ ଯୁବକ ବର୍ତ୍ତମାନ ବାରିଆ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଯୁବକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପୁଅର ପ୍ରେମିକା ତାଙ୍କୁ କଲ୍ କରି ତାର ବାପାର ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି, ତାଙ୍କୁ ହସ୍ପିଟାଲ ନେବା ପାଇଁ କହିଥିଲା । ଏହାପରେ ସେ ସାରୟାଗଞ୍ଜରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲା । ସେଠାରେ ପହଞ୍ଚିବା ପରେ ଝିଅ ଘର ପରିବାର ଲୋକେ ମୋ ପୁଅକୁ ଆକ୍ରମଣ କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।
ଏନେଇ ପୋଲିସ କହିଛି ଯେ, ଗୁରୁତର ଯୁବକ ଓ ତାଙ୍କ ପ୍ରେମିକା ଗତ କିଛି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଯୁବକଙ୍କଠାରୁ ଦୂରେଇ ରହିବାକୁ ଯୁବତୀଙ୍କ ପରିବାର ଲୋକେ ବାରମ୍ବାର କହୁଥିଲେ । ଏଥିପାଇଁ ଯୁବକଙ୍କୁ ମଧ୍ୟ ଅନେକ ଥର ଧମକ ମଧ୍ୟ ମିଳିଥିଲା । କିନ୍ତୁ ସେ ନଶୁଣିବାରୁ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ଘରକୁ ଡାକି ଆକ୍ରମଣ କରିଥିଲେ ।
Powered by Froala Editor