ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ

ବଲାଙ୍ଗୀର: ଏନଏସି ଦାବିରେ ଆଜି ସଇଁତଳା ବନ୍ଦ । ଏନଏସି ମାନ୍ୟତା ସହିତ ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ଆଜି ସଇଁତଳା ବ୍ଲକରେ ଗାଡିମୋଟର ଚଳାଚଳ, ଦୋକାନ ବଜାର ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଲୋକମାନେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ସରକାର କେବଳ ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରୁନଥିବା ଅଭିଯୋଗ କରିଛି କଂଗ୍ରେସ ।
ସଇଁତଳାବାସୀଙ୍କ ପ୍ରତି ସରକାରଙ୍କ ଏଭଳି ଅବହେଳାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏଥିରେ କଂଗ୍ରେସର ଶତାଧିକ କର୍ମୀ ସଇଁତଳା ସହରରେ ପକେଟିଂ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ କର୍ମୀମାନେ ଧାରଣା ଦେଉଥିବାର ଦେଖିବାକୁ ମିଳିଛି । ସଇଁତଳାର ବିକାଶ ଦିଗରେ ସରକାର ଓ ସ୍ଥାନୀୟ ବିଧାୟିକା ଆଖି ବୁଜି ଦେଇଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ।
Powered by Froala Editor