ବଦଳିବ ପାଗ, ୨୦ରେ ଲଘୁଚାପ

ସେପ୍ଟେମ୍ବର ଶେଷକୁ ବର୍ଷା ଛାଡ଼ିଯିବା ପରେ ତାତିର ପ୍ରକୋପ ବଢ଼ିଯାଇଛି। ଅକ୍ଟୋବର ଶେଷ ଆଡ଼କୁ ଶୀତର ପ୍ରକୋପ ବଢ଼ିଥାଏ। ମାତ୍ର ଚଳିତ ବର୍ଷ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ଶୀତ ବିଳମ୍ବରେ ଆସିବ ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଉଛନ୍ତି। ପାଗ ଶୁଖିଲା ଓ ଖରାଟିଆ ରହିବ।
ତେବେ ୧୮ ତାରିଖରୁ ତାତି ହ୍ରାସ ପାଇବ। ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ୨୦ ତାରିଖ ବେଳକୁ ଏ ନେଇ ସୂଚନା ମିଳିପାରିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛି।
Powered by Froala Editor