୨୦୩୬ରେ ଭାରତ ଆୟୋଜନ କରିବ ଅଲିମ୍ପିକ
ଭାରତରେ ଅଲିମ୍ପିକ କ୍ରୀଡ଼ା ଆୟୋଜନ କରିବା ନେଇ ବଡ଼ ଘୋଷଣା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୦୩୬ ମସିହାରେ ଭାରତରେ ଅଲିମ୍ପିକ କ୍ରୀଡ଼ାର ସଫଳ ଆୟୋଜନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି ।
ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତିର ୧୪୧ ତମ ସେଶନରେ ଯୋଗ ଦେଇ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ, ୪୦ ବର୍ଷ ପରେ ଭାରତରେ ଆଇଓସି ସେଶନର ଆୟୋଜନ କରିବା ଏକ ଗୌରବର ବିଷୟ । ୨୦୩୬ ଅଲିମ୍ପିକ୍ସ ଆୟୋଜନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ । ଆଇଓସି ସହଯୋଗରେ ଆମେ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛୁ। କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ ବରଂ ଏହା ହୃଦୟ ଜିତିବାର ସର୍ବୋତ୍ତମ ଉପାୟ । ତେବେ ଭାରତର ଏହି ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଛି ।
Powered by Froala Editor