ବିଜେବି ମହାବିଦ୍ୟାଳୟକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟର ଆଗ ଧାଡ଼ିର କଲେଜ ବିଜେବି ମହାବିଦ୍ୟାଳୟକୁ ମିଳିଛି ନୋଟିସ । ବିଜେବି ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି ଉଚ୍ଚ ଶିକ୍ଷା ବିଭାଗ । ସମୟସୀମା ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି।
ଗତ ଡିସେମ୍ବରରୁ ବିଜେବି ମହାବିଦ୍ୟାଳୟର ଅଟୋନମସ୍ ପାହ୍ୟା ଶେଷ ହୋଇଥିଲେ ମଧ୍ୟ ଏହାର ନବୀକରଣ ପାଇଁ କଲେଜ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍ ଆକ୍ରିଡିସନ କାମ ସଂପୂର୍ଣ୍ଣ କରାଯାଇନାହିଁ।। ଗଭର୍ଣ୍ଣଂ ବଡି ପୁନଃଗଠନ ପାଇଁ ମଧ୍ୟ କଲେଜରୁ ପ୍ରସ୍ତାବ ମିଳିନାହିଁ। ଏହି ସବୁ ଅବହେଳା ପାଇଁ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଏହା ପରେ ତୁରନ୍ତ ସ୍ପଷ୍ଟୀକରଣ ରଖିବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।
ଏନେଇ ବିଜେବି କଲେଜ ପ୍ରିନ୍ସପାଲ କହିଛନ୍ତି, ନାକ୍ ପାଇଁ କାମ ଚାଲିଛି। ଆମେ ଏଥିପାଇଁ ଆବେଦନ କରି ସାରିଛୁ। ଏହାର ପ୍ରୋସେସିଂ ଚାଲିଛି। ଏବେ ତାହାର ଛାନଭିନ କରାଯାଉଥିବା ବେଳେ ଏହା ପରେ ସେଥିରେ ଥିବା ତ୍ରୁଟିରେ ସୁଧାର କରାଯିବ । ଏହାପରେ ଫାଇନାଲ୍ କପି ଜମା କରାଯିବ ।
Powered by Froala Editor