ନକଲି ଗୋପାଳ ଜର୍ଦ୍ଦା ବିକି ୨ ଗିରଫ
ଭୁବନେଶ୍ବରରେ ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ସେମାନେ ହେଉଛନ୍ତି ୭ ନମ୍ବର ଦୋକାନର କୃଷ୍ଣଚନ୍ଦ୍ର ରାଉଳ ଓ ୧୪ ନମ୍ବର ଦୋକାନର ବାସୁଦେବ ମଣ୍ଡଳ। ୟୁନିଟ ୧ ହାଟରେ ଚଢ଼ାଉ କରି ଗିରଫ ଉଭୟଙ୍କୁ ଗିରଫ କରିଛି ପୋଲିସ । ରେଡ ବେଳେ ବ୍ୟାପକ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି । ୟୁନିଟ ୧ ହାଟର ୭ ଓ ୧୪ ନମ୍ବର ଦୋକାନକୁ ସିଜ କରିଛି ପୋଲିସ । ଆଗାମୀ ଦିନରେ ନକଲି ସାମଗ୍ରୀ ବିକ୍ରିକୁ ରୋକିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।
କୃଷ୍ଣଚନ୍ଦ୍ର (୩୨)ଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁରରେ ହୋଇଥିବା ବେଳେ ବାସୁଦେବ (୩୦)ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବନମାଳୀପୁରରେ। ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) କୈଳାସ ସିଂହ ଚୌହାନ ଗତକାଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଯେ ୟୁନିଟ-୧ ହାଟରେ କିଛି ଦୋକାନୀ ତାଙ୍କ କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି କରୁଛନ୍ତି। ଏହା ପରେ ପୁଲିସ୍ର ଏକ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କୃଷ୍ଣଚନ୍ଦ୍ର ଓ ବାସୁଦେବ ଧରାପଡ଼ିଥିଲେ।
Powered by Froala Editor