ଦିଲ୍ଲୀ ହାଇକୋର୍ଟ ଗଲେ ସଞ୍ଜୟ ସିଂହ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହିତ ସମ୍ପୃକ୍ତ ଥିବା ଅଭିଯୋଗ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହୋଇଥିବା ‘ଆପ୍’ ନେତା ତାଙ୍କ ଗିରଫଦାରିକୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଥିସହିତ ସେ ଟ୍ରାଏଲ୍ କୋର୍ଟ ମଞ୍ଜୁର କରିଥିବା ରିମାଣ୍ଡ୍କୁ ବି ଚାଲେଞ୍ଜ୍ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରିପାରନ୍ତି। ସିଂହଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ଉଲ୍ଲେଖ କରାଯାଇଛି। ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି (ଯାହା ଉଚ୍ଛେଦ ହୋଇଯାଇଛି) ଗଠନ ଓ ପ୍ରଣୟନରେ ହୋଇଥିବା ଅନିୟମିତତା ଅଭିଯୋଗ ସହିତ ଏବଂ ଏଥିରେ ହୋଇଥବା ଆର୍ଥିକ ଦୁର୍ନୀତିରେ ଜଡ଼ିତ ଥିବା ଦର୍ଶାଇ ଅକ୍ଟୋବର ୪ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସିଂହଙ୍କୁ ଗିରଫ କରିଥିଲା।
ଏହି ନୀତି ଗଠନ ଓ ପ୍ରଣୟନରେ ସିଂହ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେଣୁ, ଏହା କେତେକ ମଦ ଉତ୍ପାଦନକରୀ, ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ସୁହାଇଥିଲା। କିନ୍ତୁ, ଏହି ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସିଂହ କହିଛନ୍ତି। ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଅଦାଲତ ସିଂହଙ୍କ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତ ରହଣିକୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। କାରଣ ଦର୍ଶାଇବାକୁ ଯାଇ ଅଦାଲତ କହିଥିଲେ ଯେ, ସାନି ତଲାସ ବେଳେ କିଛି ନୂଆ ତଥ୍ୟ ଓ ନୂଆ ଡିଜିଟାଲ୍ ପ୍ରମାଣ ମିଳିଥିବାରୁ ସିଂହ ରିମାଣ୍ଡ୍ରେ ରହିବା ଆବଶ୍ୟକ।
Powered by Froala Editor