ପୁଣି ୧ ନମ୍ବର ଧନୀ ହେଲେ ମୁକେଶ ଅମ୍ବାନୀ

ଫୋର୍ବ୍ସ ଇଣ୍ଡିଆ ଭାରତର ସବୁଠୁ ଧନୀ ଶିଳ୍ପପତିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ଶିଳ୍ପପତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଶୀର୍ଷରେ ରହିଛନ୍ତି। ଗୌତମ ଅଦାନୀଙ୍କ ସମ୍ପତ୍ତି ମୁକେଶ ଅମ୍ବାନୀଙ୍କ ତୁଳନାରେ ବହୁତ କମ୍ ଥିବା ଦେଖାଯାଇଛି। କାରଣ ଜାନୁଆରି ମାସରେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍ର ମୋଟ ସମ୍ପତ୍ତି ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହା ପୂର୍ବରୁ ସେ ଭାରତର ୧ନଂ ଧନୀ ହୋଇ ରହିଆସୁଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚର ରିପୋର୍ଟ ସବୁ ବିଗାଡ଼ି ଦେଇଥିଲା।
ଫୋର୍ବସ ଇଣ୍ଡିଆ ୨୦୨୩ର ତାଲିକାରେ ୮,୦୮,୭୦୦ କୋଟିର ନେଟଓ୍ବର୍ଥ ସହ ଅମ୍ବାନୀ ଭାରତର ସବୁଠୁ ଧନୀ ହୋଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୪ରେ ୧,୬୫,୧୦୦କୋଟି ଥିବା ବେଳେ ୨୦୨୩ ମସିହାରେ ଏହା ବଢ଼ି ପ୍ରାୟ ୮,୦୮,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ। ଏହା ସହ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ୪୭୪,୮୦୦କୋଟି ଟଙ୍କାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।
ତାଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି ସଫ୍ଟଓୟାର କମ୍ପାନି ଏଚସିଏଲର ଅଧ୍ୟକ୍ଷ ଶିବ ନାଦର। ଚତୁର୍ଥ ସ୍ଥାନରେ ରହିଛନ୍ତି ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ୍। ପଞ୍ଚମ ସ୍ଥାନରେ ବ୍ୟବସାୟୀ ରାଧାକ୍ରିଷ୍ଣ ଦମାନୀ। ଷଷ୍ଠ ସ୍ଥାନରେ ଅଛନ୍ତି ସାଇରସ ପୁନାଓ୍ବାଲା। ସପ୍ତମରେ ହିନ୍ଦୁଜା ଫ୍ୟାମିଲି। ଅଷ୍ଟମରେ ଦିଲ୍ଲୀପ ସାଘଂବୀ। ନବମରେ କୁମାର ବିରାଲା ଏବଂ ୧୦ମ ସବୁଠୁ ଧନୀ ହେଉଛନ୍ତି ଶାପୁର ମିସ୍ତ୍ରୀ ଆଣ୍ଡ ଫ୍ୟାମିଲି।
Powered by Froala Editor