ଯୁଦ୍ଧରେ ଗଲାଣି ୩ ହଜାର ଜୀବନ, ଗାଜାରେ ଅନ୍ଧାରର ରାଜୁତି

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି । ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ । ପ୍ରଥମେ ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି। ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ। ଗାଜା ଦଖଲ କରିବାକୁ ଇସ୍ରାଏଲ ଯାଉଥିବାରୁ ସେଠାରେ ଘନଘନ ଆକ୍ରମଣ କରିଥିଲା। ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରି ଦେଇଥିଲା।
ଏବେ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ ଅନ୍ଧକାରମୟ ହୋଇ ଯାଇଛି। କାରଣ ଇସ୍ରାଏଲ ଆକ୍ରମଣ ପରଠାରୁ ପାଲେଷ୍ଟାଇନ ଏନକ୍ଲେଭରେ ଥିବା ଏକ ମାତ୍ର ବିଜୁଳି ଷ୍ଟେସନ କାମ କରୁଥିଲା। ଏବେ ସେଠାରେ ତେଲ ଶେଷ ହୋଇ ଯାଇଛି। ତେଣୁ ଆଜି ଠାରୁ ପୂରା ଗାଜା ଅନ୍ଧାର ଭିତରକୁ ଚାଲି ଯାଇଛି।
ତେଣେ ଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ମୃତାହତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାଦନ୍ୟାହୁଙ୍କ ସହ କଥା ହୋଇଛନ୍ତି।
Powered by Froala Editor