ନିଜ ବିବାହକୁ ନେଇ ରହିଥିବା ସସ୍ପେନ୍ସ ଉପରୁ ରାହୁଲ ଉଠାଇଲେ ପରଦା

ନୂଆଦିଲ୍ଲୀ: ରାଜନୈତିକ ଜଗତର ମୋଷ୍ଟ ଏଲିଜିବୁଲ ବ୍ୟାଚଲର ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଆଜି ଯାଏ ବିବାହ କରି ନାହାନ୍ତି। ତାଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ ଉଠେ। ଏବେ କିନ୍ତୁ ନିଜ ବିବାହକୁ ନେଇ ଜାରି ରହିଥିବା ସସ୍ପେନ୍ସ ଉପରୁ ଉଠାଇଛନ୍ତି ପରଦା। କାହିଁକି ଏଯାଏ ବିବାହ କରିନାହାନ୍ତି ତାକୁ ନେଇ ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧି।
ନିକଟରେ ଜୟପୁର ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧି। ସେଠାକାର ମହାରାଣୀ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ଏହି ସମୟରେ ସେ କଲେଜ ଛାତ୍ରୀଙ୍କ ସହ ମିଶି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ଏଯାଏ ସେ କାହିଁକି ବିବାହ କରି ନାହାନ୍ତି ତାକୁ ନେଇ କଂଗ୍ରେସ ନେତାଙ୍କୁ ଜଣେ ଛାତ୍ରୀ ପ୍ରଶ୍ନ କରିଥିଲେ।
ଛାତ୍ରୀ ଜଣକ ରାହୁଲ ଗାନ୍ଧିଙ୍କୁ କହିଥିଲେ, 'ଆପଣ ଦେଖିବାକୁ ଏତେ ସ୍ମାର୍ଟ ଆଉ ହ୍ୟାଣ୍ଡସମ୍। ଏହାପରେ ବି କାହିଁକି ବିବାହ କରୁନାହାନ୍ତି?' ଏହାର ଉତ୍ତରରେ ରାହୁଲ ଗାନ୍ଧି କହିଥିଲେ, 'ମୁଁ ନିଜ କାମ ଓ କଂଗ୍ରେସ ଦଳକୁ ନେଇ ପୂରା ବ୍ୟସ୍ତ ଅଛି। ଚାରି ଆଡୁ ଘେରି ରହିଛି। ତେଣୁ ବିବାହ କରିବା ପାଇଁ ମୁଁ ଚିନ୍ତା ମଧ୍ୟ କରିପାରିଲି ନାହିଁ।'
Powered by Froala Editor