ଅଜବ! ୧୨୮ ବର୍ଷ ପରେ ଶବକୁ ଦିଆଗଲା ସମାଧି
ଅନ୍ତିମ ସଂସ୍କାର ମନୁଷ୍ୟ ସମାଜର ଏକ ଅଂଶବିଶେଷ । ଯେକୌଣସି ଧର୍ମ ହେଉନା କାହିଁକି ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ଧେୟ ଅଟେ । ହେଲେ ୧୨୮ ବର୍ଷ ପରେ ଜଣଙ୍କୁ ସମାଧି ଦିଆଯାଇଛି । ଅନ୍ତିମ ସଂସ୍କାର କରାଯାଇଛି । ଏହା ଅଜବ ହେଲେ ବି ସତ । ଆମେରିକାର ଜେଲ୍ରେ ଜଣେ ଚୋରର ମୃତ୍ୟୁ ପରେ ଶବକୁ ସଂରକ୍ଷିତ କରି ରଖାଯାଇଥିଲା । ପ୍ରକୃତ ପରିଚୟ ମଳିବ ଭାବି ଜେଲ କର୍ତ୍ତୃପକ୍ଷ ଏପରି କରିଥିଲେ । ଏପରିକି ତାର ନକଲି ନାମ ରଖାଗଲା । ହେଲେ ସମୟ ଗଡିବା ସହ ଚୋରର ମୃତଦେହ ସେମିତି ମମି ହୋଇ ରହିଗଲା । କେହି ତାକୁ ଚିହ୍ନଟ କଲେନାହିଁ ।
ସ୍ଥାନୀୟ ଲୋକମାନେ ଚୋରଙ୍କୁ 'ଷ୍ଟୋନମ୍ୟାନ ୱିଲି' ବୋଲି ଜାଣିଥିଲେ। ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ଓ୍ବିଲିଙ୍କ ମୃତ୍ୟୁ ଘଟିଥିଲା। ଜେଲର ଅଧିକାରୀମାନେ ଓ୍ବିଲିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଦୀର୍ଘ ସମୟ ଧରି ଖୋଜିଥିଲେ। ଯେତେବେଳେ ସେମାନେ ସମ୍ପର୍କୀୟଙ୍କୁ ଖୋଜିବାରେ ଅସଫଳ ହୋଇଥିଲେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ଗୃହକୁ ହସ୍ତାନ୍ତର କରାଯାଇଥିଲା।
ଶବଦାହ ବିଶେଷଜ୍ଞ ତାଙ୍କ ମୃତଦେହକୁ ମମି ଭାବେ ସଂଗ୍ରହାଳୟରେ ରଖିଥିଲେ। ୧୯୮୫ରେ ମୃତ୍ୟୁପରେ ଶବଦାହକାରୀଙ୍କ ଦ୍ୱାରା ସଂଗୃହିତ ମୃତଦେହ ଅନ୍ତିମ ସଂସ୍କାର ଗୃହରେ ପ୍ରଦର୍ଶିତ ହୋଇଥିଲା। ଏହି କାରଣରୁ ଗତ କିଛି ବର୍ଷ ଧରି ଓ୍ବିଲିଙ୍କର ଶରୀର ମଧ୍ୟ ପ୍ରଦର୍ଶନର ଏକ ଅଂଶ ହୋଇ ରହିଥିଲା। ତାଙ୍କ ଶରୀର ପ୍ରାୟ ୧୨୮ ବର୍ଷ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା।
ଅକ୍ଟୋବର ୭ ଶନିବାର ୱିଲିଙ୍କ ଶେଷ ଯାତ୍ରା ଶେଷ ହୋଇଛି। ତାଙ୍କୁ ଏକ ସ୍ଥାନୀୟ ଶ୍ମଶାନରେ ସମାଧି ଦିଆଯାଇଛି।

Powered by Froala Editor