୫ ଦିନିଆ ଇଡି ରିମାଣ୍ଡରେ ଆପ୍ ନେତା ସଞ୍ଜୟ ସିଂହ

ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରାଯିବାର ଗୋଟିଏ ଦିନ ପରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ୫ ଦିନ ପାଇଁ ଇଡିର ହେପାଜତକୁ ପଠାଇ ଦେଇଛନ୍ତି। ଇଡି ୧୦ ଦିନର ରିମାଣ୍ଡ ମାଗିଥିଲା, ହେଲେ କୋର୍ଟ ଇଡିକୁ ୫ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂଙ୍କୁ ବୁଧବାର ତାଙ୍କ ସରକାରୀ ବାସଭବନରେ ଅନେକ ଘଣ୍ଟା ଧରି ଚଢ଼ାଉ ଓ ପଚରାଉଚରା ପରେ ଇଡି ଗିରଫ କରିଥିଲା। ଇଡି ଅଭିଯୋଗ କରିଛି ଯେ, କିଛି ଡିଲରଙ୍କ ସୁବିଧା ପାଇଁ ଲାଞ୍ଚ ନିଆଯାଇଛି।
ଜଣେ ବ୍ୟବସାୟୀ ଶ୍ରୀ ସିଂହଙ୍କୁ ୩ କୋଟି ଟଙ୍କା ଦେଇଥିଲେ ଏବଂ ଏହି ରାଶି ଦିଲ୍ଲୀ ମଦ ନୀତି ମାମଲାରେ ହୋଇଥିବା ଟଙ୍କା କାରବାରର ଏକ ଅଂଶ ଥିଲା ବୋଲି ଇଡି ଅଦାଲତକୁ କହିଛି। ମଦ ନୀତି ମାମଲାର ଅଭିଯୁକ୍ତ ଦିଲ୍ଲୀ ବ୍ୟବସାୟୀ ଦିନେଶ ଅରୋରାଙ୍କ ବୟାନକୁ ଆଧାର କରି ଏହି ଯୁକ୍ତି ଉପସ୍ଥାପନ କରିଛି ଇଡି।
Powered by Froala Editor