ରଣବୀରଙ୍କୁ ଇଡି ସମନ ଜାରି

ଭୁବନେଶ୍ୱର : ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ଏହି ଆପ୍କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏହି ମାମଲାରେ ବଲିଉଡର ରଣବୀର କପୁରଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଛି ଇଡି। ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ସୂତ୍ର ଅନୁଯାୟୀ, ପଳାତକ ଅଭିଯୁକ୍ତ ସୌରଭ ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଅପ୍ପାଲ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି।
ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରରେ ବଲିଉଡ୍ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା। ଏଥିରେ ରଣବୀର କପୁର ମଧ୍ୟ ସାମିଲ ଥିଲେ। ତେଣୁ ଏହି ମାମଲା ବିଷୟରେ ଅଧିକ ସୂଚନା ପାଇବାକୁ ଇଡି ତାଙ୍କୁ ସମନ ଜାରି କରିଛି।
Powered by Froala Editor