୨ ପିଲାଙ୍କ ଆୟା ହେଲେ ମାସକୁ ମିଳିବ ୮୩ ଲକ୍ଷ, ଶିଳ୍ପପତି ଦେଲେ ଏମିତି ଅଫର

ଆମେରିକାର ଶିଳ୍ପପତି ବିବେକ ରାମାସ୍ବାମୀ ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି । ମାସକୁ ସେ ୮୩ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡ଼ିଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। ଯେଉଁମାନେ ସର୍ତ୍ତ ମାନିବେ ସେମାନଙ୍କୁ ହିଁ ଚାକିରି ଦିଆଯିବ।
ସର୍ତ୍ତ ରହିଛି ଯେ, ଆୟାଙ୍କ ବୟସ ୨୧ କିମ୍ବା ଏହାଠାରୁ ଅଧିକ ହେବା ଜରୁରୀ ଓ ପୂର୍ବରୁ ତାଙ୍କର ପିଲା ସମ୍ଭାଳିବାର ଅଭିଜ୍ଞତା ଥିବ । ଆୟାଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିବ। ପିଲାଙ୍କୁ ସମ୍ଭାଳିବା ସହ ପ୍ରତି ସପ୍ତାହରେ ଥରେ ପରିବାର ସହିତ ବିମାନରେ ଯାତ୍ରା କରିବାକୁ ହେବ ଓ ପ୍ରତିଦିନ ଘରୋଇ ବିମାନରେ ଯାତ୍ରା କରିବାକୁ ପଡିବ। ପୂର୍ବରୁ ଘରେ କାମ କରୁଥିବା ରୋଷେୟା, ହାଉସକିପର ଏବଂ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସହ ମିଶି ଆୟାଙ୍କୁ କାମ କରିବାକୁ ହେବ। ପିଲାମାନଙ୍କର ପ୍ରତିଦିନର କାର୍ଯ୍ୟକ୍ରମ ସ୍ଥିର କରିବା ସହ ଭ୍ରମଣ ପୂର୍ବରୁ ଓ ପରେ ପୋଷାକ ରଖିବାକୁ ହେବ। ତେଣୁ ମାସକୁ ୨୬ ଦିନ କାମ କରିବା ପାଇଁ ତାଙ୍କୁ ୮୩ଲକ୍ଷ ଟଙ୍କା ଦରମା ଦିଆଯିବ।
ବିବେକ ରାମାସ୍ୱାମୀ ଅପୂର୍ବା ଟି ରାମାସ୍ୱାମୀଙ୍କୁ ବିବାହ କରିଛନ୍ତି। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ନିକଟରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେଣୁ ସେ ନିଜ ପିଲାଙ୍କ ପାଇଁ ଉପଯୁକ୍ତ ଆୟା ଖୋଜୁଛନ୍ତି ।
Powered by Froala Editor