ତିନି ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋବେଲ
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ କମିଟି ପକ୍ଷରୁ ୩ ଜଣ ବୈଜ୍ଞାନିକଙ୍କ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍ ଇ ବ୍ରୁସ୍ ଏବଂ ଆଲୋକ୍ସି ଏଲ୍ ଇକିମୋଭ୍ । ଏହି ତିନି ରାସାୟନବିତଙ୍କୁ କ୍ୱାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକିଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ନୋବେଲ ପୁରସ୍କାର ମିଳିଛି ।
କ୍ୱାଣ୍ଟମ୍ ବିନ୍ଦୁ ଥିବା କ୍ଷୁଦ୍ର କଣିକାଗୁଡ଼ିକର ବ୍ୟବହାର ଟେଲିଭିଜନ୍ ପରଦା ଏବଂ ଏଲଇଡି ଲ୍ୟାମ୍ପରେ ହୋଇଥାଏ ଯାହା ଆଲୋକ ବିସ୍ତାର କରିଥାଏ। ଏହା ଟ୍ୟୁମର ଟିସୁକୁ ଆଲୋକିତ କରିବା କ୍ଷମତା ରଖିଥାଏ। ଏକିମୋଭ ଏବଂ ବୃସ୍ କ୍ୱାଣ୍ଟମ୍ ବିନ୍ଦୁ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଏବଂ ବାୱେଣ୍ଡି ଏହାର ରାସାୟନିକ ଉତ୍ପାଦନରେ ନୂତନତା ଆଣିଥିଲେ। କ୍ୱାଣ୍ଟମ୍ ବିନ୍ଦୁ କ୍ୟୁଲେଡ ଟେକ୍ନୋଲୋଜି ଉପରେ ଆଧାର କରି କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ୍ ସ୍କ୍ରିନ୍କୁରେ ବ୍ୟବହାର ହୋଇଥାଏ।
ଉଲ୍ଲେଖଯୋଗ୍ୟ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ ବର୍ତ୍ତମାନ ଆମେରିକାର ମାସାଚୁଏଟ୍ସ ଇନିଷ୍ଟିଚ୍ୟୁଟ୍ସ ଅଫ୍ ଟେକ୍ନୋଲୋଜୀରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଲୁଇସ୍ ଇ ବ୍ରୁସ୍ ନ୍ୟୁୟର୍କ ଠାରେ କଲମ୍ବିଆ ୟୁନିଭର୍ସିଟି ଏବଂ ଆଲୋକ୍ସି ଏଲ୍ ଇକିମୋଭ୍ ନ୍ୟୁୟର୍କର ନାନୋକ୍ରିଷ୍ଟଲ୍ସ ଟେକ୍ନୋଲୋଜୀ ଆଇଏନସିରେ କାର୍ୟରତ ଅଛନ୍ତି।
Powered by Froala Editor