୧୦୦ ଟଙ୍କା ବଢ଼ିଲା ଉଜ୍ଜ୍ଵଳା ସବସିଡି, ସିଲିଣ୍ଡର ପିଛା ମିଳିବ ୩୦୦ ଟଙ୍କା

କେନ୍ଦ୍ର ସରକାର ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ଏଲପିଜି ସବସିଡି ଶହେ ଟଙ୍କା ବୃଦ୍ଧି କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏଲପିଜି ସବସିଡି ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଏଣିକି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ ।
ରକ୍ଷାବନ୍ଧନ ଏବଂ ଓନମ ଅବସରରେ କେନ୍ଦ୍ର କ୍ୟାବିନେଟ ଏଲପିଜିରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଥିଲେ। ଉଜ୍ଜଳାର ହିତାଧିକାରୀଙ୍କୁ ୨୦୦ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
Powered by Froala Editor