ନେପାଳଠୁ ଦିଲ୍ଲୀ ଥରିଲା

ନେପାଳରେ ୫ କିଲୋମିଟର ଗଭୀରତାରେ ଦୁଇଟି ଭୂମିକମ୍ପ ଅନୁଭୂତ ହେବା ପରେ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି। ନେପାଳରେ ଅପରାହ୍ନ ୨ଟା ୨୫ରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ୨ଟା ୫୧ରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପରେ ଭୂକମ୍ପର ପ୍ରଭାବ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ଅନ୍ୟାନ୍ୟ ସ୍ଥାନରେ ପଡ଼ିଛି ଏବଂ ଭୂମିକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନେଚ୍ୟୁଡ୍ ହୋଇଥିବା ସୂଚନା। ହଠାତ୍ ମାଟି ଥରିଉଠିବାରୁ ଲୋକମାନେ ଭୟଭୀତ ହୋଇପଡିଥିଲେ। ଲାଇଟ୍, ଫ୍ୟାନ୍ ସମେତ ଘରେ ଥିବା ବିଭିନ୍ନ ଆସବାବପତ୍ର ଥରି ଉଠିଥିଲା।
ଉତ୍ତରପ୍ରଦେଶର ଲକ୍ଷ୍ନୌ, ହାପୁର ଓ ଅମରୋହାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ନେପାଳରେ ଲଗାତାର ଭୂମିକମ୍ପ ପରେ ଉତ୍ତରାଖଣ୍ଡର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
Powered by Froala Editor