ଚୋପା ସହ ସାଢେ ୩ ଲକ୍ଷର ମଙ୍ଗଳସୂତ୍ର ଗିଳିଦେଲା ମଇଁଷି

ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସରସୀ ଗାଁରେ ଏକ ମଇଁଷି ୩ ରୁ ସାଢେ ତିନି ଲକ୍ଷ ଟଙ୍କାର ଏକ ମଙ୍ଗଳସୂତ୍ର ଗିଳି ଦେଇଛି । ଚାରା ରଖାଯାଇଥିବା ଏକ ପ୍ଲେଟରେ ସୁନା ମଙ୍ଗଳସୂତ୍ର ଥିବାବେଳେ ମଇଁଷି ଏହାକୁ ଚାରା ଭାବି ଖାଇ ଦେଇଥିଲା । ସର୍ଜରୀ ପରେ ମଇଁଷି ପେଟରୁ ମଙ୍ଗଳସୂତ୍ର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ୱାସିମର ଚାଷୀ ରାମହରି ଭୋୟର ଚାଷ କରିବା ସହ ମଇଁଷି ପାଳନ କରିଥାନ୍ତି । ଘଟଣା ରବିବାରର। ରାମହରିଙ୍କ ପତ୍ନୀ ନିଜର ମଙ୍ଗଳସୂତ୍ରକୁ ଭୁଲ ଭୁଲବଶତଃ ସୋୟାବିନ୍ ଏବଂ ମୁଗ ଚୋପା ପ୍ଲେଟରେ ରଖିଦେଇଥିଲେ। ଆଉ ମଙ୍ଗଳସୂତ୍ର ସହ ଏହି ଚୋପାପ୍ଲେଟ୍ ମଇଁଷି ଆଗରେ ଖାଇବାକୁ ରଖିଦେଇଥିଲେ ଏବଂ ଘରର ଅନ୍ୟ କାମରେ କରିବାରେ ବ୍ୟସ୍ତ ରହିଥିଲେ।
ହେଲେ କିଛି ସମୟ ପରେ ମହିଳାଙ୍କର ମଙ୍ଗଳସୂତ୍ର କଥା ମନେ ପଡ଼ିଥିଲା। ଏହାପରେ ସେ ଖୋଜିବାକୁ ଲାଗିଥିଲେ। ଆଉ ତାଙ୍କର ମନେ ପଡ଼ିଥିଲା ଯେ, ସେ ନିଜର ମଙ୍ଗଳସୂତ୍ରକୁ ଚୋପା ଥିବା ପ୍ଲେଟ୍ରେ ରଖିଥିଲେ ଆଉ ତାକୁ ଖାଇବା ପାଇଁ ମଇଁଷି ଆଗକୁ ପକାଇ ଦେଇଥିଲେ। ମଇଁଷି ସେହି ମଙ୍ଗଳସୂତ୍ରକୁ ଗିଳିଦେଇଥିଲା।
ପଶୁ ଚିକିତ୍ସକ ଧାତୁ ଡିଟେକ୍ଟର ଯୋଗେ ମଇଁଷି ପେଟରେ କୌଣସି ବସ୍ତୁ ଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଅସ୍ତ୍ରୋପଚାର କରି ମଇଁଷି ପେଟକୁ ମଙ୍ଗଳସୂତ୍ର କାଢିଥିଲେ ।
Powered by Froala Editor