ପିଜ୍ଜା ରେସ୍ତୋରାଁରେ ଅନୈତିକ କାର୍ଯ୍ୟ : ୨୦ ଜଣଙ୍କୁ ହେପାଜତକୁ ନେଲା ପଲିସ

ପିଜ୍ଜା ରେସ୍ତୋରାଁରେ ଲାଗୁଥିଲା ଭିଡ । ଯୁବକଯୁବତୀ ଖାଇବା ପାଇଁ ଏତେ ଭିଡ ଜମାଇବା କଥା ଲୋକଙ୍କ ହଜମ ହେଲାନି । ସତ ଖୋଳୁଖୋଳୁ ବଡ ଧରଣର କଥା ସାମ୍ନାକୁ ଆସିଥିଲା । ପୁଲିସ ହଠାତ୍ ଚଢ଼ଉ କରି ପ୍ରାୟ ୨୦ ଜଣ ଯୁବକଯୁବତୀଙ୍କୁ ହେପାଜତକୁ ନେଇଥିଲା । ପୁଲିସର ସୂଚନା ଅନୁଯାୟୀ, ରେସ୍ତୋରାଁରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା । ହେପାଜତରେ ଥିବା ଯୁବକଯୁବତୀଙ୍କୁ ମଧ୍ୟ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ରିପୋର୍ଟ ମୁତାବକ, ଫତେହଗଡ଼ ଶିକାଗୋ ପିଜ୍ଜା ରେସ୍ତୋରାଁରେ ସର୍ବଦା ଯୁବକ-ଯୁବତୀଙ୍କ ଭିଡ଼ ଲାଗି ରହିଥାଏ। ବିଶେଷସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା କି ଏହି ରେସ୍ତୋରାଁରେ ଅନୈତିକ କାମ ଚାଲିଛି। ଖବର ପାଇବା ପରେ ପୁଲିସ ଶିକାଗୋ ପିଜ୍ଜା ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିବା ସହିତ ସେମାନଙ୍କୁ ହେପାଜତକୁ ପଠାଇ ଦେଇଛି। ଏଥିସହିତ କୋଠରିଗୁଡ଼ିକରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ଏହି ଘଟଣାରେ ରେସ୍ତୋରାଁ ମାଲିକ ଓ ତାଙ୍କ ପୁଅଙ୍କୁ ବି ହେପାଜତକୁ ନେବା ସହିତ ପୁଲିସ ପଚରାଉଚରା ଜାରି ରଖିଛି।
Powered by Froala Editor