୨ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ଶେଷ
ନୂଆଦିଲ୍ଲୀ: ଆଜି ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ୍ ବଦଳର ଅବଧି । ମେ’ ୧୯ରେ ଏହି ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି ।
ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା । ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରି ଆସିଛି । ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ । ତେବେ ୨୦୦୦ ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି । ପ୍ରବାସୀ ଭାରତୀୟଙ୍କୁ ଆଉ କିଛି ଦିନର ସମୟ ଦେବା ଲାଗି ଏହି ସୀମାକୁ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରେ ।
Powered by Froala Editor