ସାଇ ପଲ୍ଲବୀଙ୍କ ବିବାହ ଚର୍ଚ୍ଚା, ଫୁଲମାଳ ଦେଖି ଚମକିଲେ ଫ୍ୟାନ୍ସ
ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବିଙ୍କ ବିବାହ ଫଟୋ ନେଇ ଚର୍ଚ୍ଚା ଜୋର୍ ଧରିଛି। ଫଟୋ ଅନୁସାରେ ସେ ରାଜକୁମାର ପେରିସାମିଙ୍କୁ ବିବାହ କରିଥିବା ଅନୁମାନ କରାଯାଉଛି। କାରଣ ଫଟୋରେ ଉଭୟ ବେକରେ ଫୁଲ ମାଳ ପକାଇଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଫଟୋ ମୋବାଇଲରୁ ମୋବାଇଲ୍ ଘୂରି ବୁଲିଛି।
କିନ୍ତୁ ବାସ୍ତବରେ ଏହି ଫଟୋ ତାଙ୍କ ଆଗାମୀ SK21 ଫିଲ୍ମ ଲଞ୍ଚ ଇଭେଣ୍ଟ ସମୟର। ନିର୍ଦ୍ଦେଶକ ରାଜକୁମାର ପେରିସାମି ଏହି ଫଟୋ ସେୟାର କରି ସ୍ପଷ୍ଟୋକ୍ତି ଦେଇଛନ୍ତି। ଏହା ସିନେମା ଲଞ୍ଚିଂ ସମୟର ବୋଲି ସେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା ପ୍ରକୃତରେ ବିବାହ ଫଟୋଗ୍ରାଫ ନୁହେଁ ବରଂ ଫିଲ୍ମ ଶୁଭ ମହୁରତ ସମୟର।
ପ୍ରକାଶ ଥାଉ କି, ନ୍ୟାଚୁରାଲ୍ ବିଉଟି, ନୃତ୍ୟ ଶୈଳୀ ଏବଂ ବହୁମୁଖୀ ଅଭିନୟ ଦକ୍ଷତା କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ସାଇ ପଲ୍ଲବି ଏଥିପାଇଁ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ନିକଟ ଅତୀତରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇଛି। ହେଲେ ଏବେ ତାଙ୍କୁ ନେଇ ଏ ଚର୍ଚ୍ଚା ଜୋର୍ ଧରିଛି। ତେବେ ଫଟୋ ପଛର ସତ ଜଣାପଡିବା ପରେ ମଧ୍ୟ ଫ୍ୟାନମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
ସାଇ ପଲ୍ଲବିଙ୍କ ସାଦା-ସିଧା ଷ୍ଟାଇଲକୁ ଫ୍ୟାନମାନେ ଯେପରି ପସନ୍ଦ କରନ୍ତି, ସେହିପରି ଭାଇରାଲ୍ ବିବାହ ଫଟୋକୁ ମଧ୍ୟ ବିଶ୍ୱାସ କରି ସାଇଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।
Powered by Froala Editor