୫ ହଜାର ହଲ୍ରେ ରିଲିଜ ହେଲା ‘ଜୱାନ’, ସବୁ ହାଉସଫୁଲ୍

ରିଲିଜ ହୋଇଛି ଶାହରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଜୱାନ' । ଫାଷ୍ଟ ଡେ'ରେ ଫାଷ୍ଟ ଶୋ'ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଫିଲ୍ମ ପରଦାରେ ଧମାଲ କରିଛି । ଥିଏଟର ବାହାରେ ଏବଂ ଭିତରେ ପ୍ରଶଂସକଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ସିନେମାରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ ।
ପଠାନ ପରି ଶାହାରୁଖ ଏହି ଫିଲ୍ମ ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ କରିଛି । ଫିଲ୍ମ ଦେଖିବାକୁ ସାଢେ ୫ ଲକ୍ଷରୁ ଅôଧକ ଅଗ୍ରୀମ ଟିକେଟ ବୁକିଂ ହୋଇଛି । ଫିଲ୍ମଟି ୫ ହଜାର ହଲରେ ରିଲିଜ ହୋଇଛି । ମୁମ୍ବାଇ ଭଳି କିଛି ସ୍ଥାନରେ ସକାଳ ୬ଟାରୁ ସୋ ଆରମ୍ଭ ହୋଇଛି । ଫିଲ୍ମରେ ଡ୍ରାମା ସହ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମରେ ୬ ଜଣ ମହିଳାଙ୍କୁ ନେଇ ଶାହାରୁଖ ଏକ ଗ୍ୟାଙ୍ଗ୍ ବନାଇଛନ୍ତି । ସେମାନେ ଏକାଠି ମୁମ୍ବାଇର ମେଟ୍ରୋ ଟ୍ରେନକୁ ହାଇଜାକ କରିନେଇଛନ୍ତି । ଶାହାରଖୁଙ୍କ ବ୍ୟତୀତ ଫିଲ୍ମରେ ହିରୋଇନ ନୟନତାରା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ପରେ ତାଙ୍କର ଶାହାରୁଖ ସହ ପ୍ରେମ ହୋଇଯାଇଛି । ତେବେ ମୋଟ ଉପରେ ଏହି ଫିଲ୍ମକୁ ଦର୍ଶକ ୫ରୁ ୩.୫ ପଏଂଟ ରେଟିଂ ଦେଇଛନ୍ତି ।
ଜଣେ ୟୁଜର୍ସ ଟ୍ୱିଟ୍ କରି ଲେଖିଛନ୍ତି ଯେ SRK ତାଙ୍କର ନାଚୁରାଲ ସ୍ଵାଗ ସ୍କ୍ରିନ୍ରେ ଝଲସି ଉଠିଛି । ଆହୁରି ଲେଖିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଆକ୍ସନ୍, ଷ୍ଟଣ୍ଟ୍, ସିନେମାଟୋଗ୍ରାଫି ଭଳି ସବୁ କ୍ଷେତ୍ରରେ ଭଲ ।
ଶାହରୁଖ ଖାନଙ୍କ ଏକ ପ୍ରଶଂସକ ଟୁଇଟ୍ କରି କହିଛନ୍ତି ଯେ ଜୱାନ ଝଡ ଆଣିଛି। ଏହି ଚଳଚ୍ଚିତ୍ରଟି ସୋସିଆଲ ମିଡିଆରେ ଲୋକଙ୍କ ଠାରୁ ସକାରାତ୍ମକ ସମୀକ୍ଷା କରୁଛି । ଲୋକମାନେ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହେବ।
Powered by Froala Editor