ଶୋଇବା ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର
ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶୋଇବା ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ସେହି ଗାଁର ଧରଣୀଧର ସାହୁ ଓ ନିରୁପମା ସାହୁ ବୋଲି ଜଣାପଡ଼ିଛି । ୭ ମାସ ତଳେ ଏହି ଦୁଇ ଜଣଙ୍କର ବାହାଘର ହୋଇଥିଲା ।
ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିବା ଗତକାଲି ସେ ଗାଁକୁ ଆସିଥିଲେ । ଆଜି ସକାଳୁ ଉଭୟ ସ୍ୱାମୀ, ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ନଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି
Powered by Froala Editor